ବାରିପଦା – ରାଜସ୍ୱ ବିଭାଗର ଅବହେଳା କାରଣରୁ ମୟୂରଭଞ୍ଜ ଜିଲ୍ଲାରେ ମୋରମ ମାଫିଆମାନେ ସରକାରୀ ହେଉ ଅଥବା ବେସରକାରୀ ଜମି ହେଉ ସେଥିରୁ ମୋରମ ଉତୋଳନ କରି ଚୋରା ଚାଲାଣ କରିଆସୁଛନ୍ତି । ଫଳରେ ସେଠାରେ ସୃଷ୍ଟି ହେଉଥିବା ଛୋଟ ବଡ଼ ଖାଲ ବା ଗାଢ଼ରେ ବର୍ଷା ଦିନେ ପାଣି ଭର୍ତି ହେଉଛି । ଅସାବଧାନତା କାରଣରୁ ବିଭିନ୍ନ ସମୟରେ ଛୋଟ ଛୋଟ ଶିଶୁ ଏହା ମଧ୍ୟରେ ଖସି ପଡ଼ି ଅକାଳରେ ପ୍ରାଣ ହରାଉଛନ୍ତି । ଏହିଭଳି ଏକ ଅଭାବନୀୟ ଦୁଃଖଦାୟକ ଘଟଣାର ପୁନଃ ଆବୃତି ଘଟିଛି ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଅଂଚଳରେ ।
ଆଜି ସକାଳ ପ୍ରାୟ ୭ଟା ପାଖାପାଖି ଚାନ୍ଦୁଆ ଗ୍ରାମର ବିଶ୍ୱନାଥ ବେଶ୍ରାଙ୍କ ୩ ବର୍ଷର ଝିଅ ଶୁଭଶ୍ରୀ ବେଶ୍ରା ଓ ତାଙ୍କ ଭାଇ ଚାରୁ ବେଶ୍ରାଙ୍କ ୨ ବର୍ଷର ଝିଅ ସୁକୁଲମଣି ବେଶ୍ରା ଦୁଇ ଭଉଣୀ ଖେଳୁ ଖେଳୁ ଘର ନିକଟରେ ଥିବା ପାଣି ଭର୍ତି ମୋରମ ଖାଦାନ ନିକଟକୁ ଚାଲି ଆସିଥିଲେ ଏବଂ ଅସାବଧାନତା କାରଣରୁ ଶୁଭଶ୍ରୀ ଓ ସୁକୁଲମଣିଙ୍କର ପାଦ ଖସିଯିବାରୁ ଦୁଇ ଭଉଣୀ ଖାଲ ଭିତରକୁ ଖସିପଡ଼ିଥିଲେ । ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ପାଣି ଭିତରୁ ଏମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ନେଇ ଆସିଥିଲେ । ମାତ୍ର ଡ଼ାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଚାନ୍ଦୁଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
I’ll immediately grab your rss feed as I can’t find your email
subscription link or newsletter service. Do you’ve any?
Please let me recognize in order that I may just subscribe.
Thanks. I’ve been browsing online more than 2 hours today, yet I never found
any interesting article like yours. It is pretty worth enough for me.
In my view, if all website owners and bloggers made good content as you did, the internet
will be much more useful than ever before. Ahaa, its good conversation regarding this piece of writing at this place
at this weblog, I have read all that, so now me
also commenting at this place. http://marketing.com/