କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବଳିଆପଣ୍ଡା ବସ୍ତି ବାସିନ୍ଦା ପୁରୀ ସହରର ଏକ ପ୍ରମୁଖ ବସ୍ତି ଯାହା କି ୨ ଭାଗ ରେ ବିଭକ୍ତ ୧ମ ଟି ବିଜୟନଗର ବସ୍ତି ଏହି ବସ୍ତି ର ପରିବାର ସଂଖ୍ୟା ୨୦୦୦ ପରିବାରରୁ ଉର୍ଦ୍ଧ ହୋଇଥିବା ବେଳେ ଅନ୍ୟଟି ୨ୟରେ ମହେଶ୍ବର ନଗର ବସ୍ତି ଏଠାରେ ୫୦୦ରୁ ଉର୍ଦ୍ଧ ପରିବାର ବସ ବାସ କରନ୍ତି । ସରକାରୀ ସହାୟତା ରୁ ସବୁବେଳେ ବିଛିନ୍ନ ହୋଇ ରହୁଥିଲା ବଳିଆପଣ୍ଡା ର ବସ୍ତି ଇତି ମଧ୍ୟରେ ୨୦୧୪ ମସିହା ରେ ପ୍ରଶାସନ ଓ ସରକାର ପୁରୀ ବଳିଆପଣ୍ଡା ବସ୍ତି ବାସିନ୍ଦା ଙ୍କୁ ରାଜୀବ ଗାନ୍ଧୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପୁରୀ ପ୍ରଶାସନ ପ୍ରଗତି ନାମକ ସଂସ୍ଥା ଦ୍ୱାରା ବଳିଆପଣ୍ଡା ର ସର୍ଭେ କରାଇ ଥିଲେ ହେଲେ ସେଇ ସର୍ଭେ ରିପୋର୍ଟ ହଜିଗଲା ଏବଂ ସେଇ ଯୋଜନା ମଧ୍ୟ ବସ୍ତି ବାସିନ୍ଦା ଙ୍କ ପାଇଁ ପାଣିର ଗାର ହୋଇଗଲା । ଏହାପରେ ପୁଣି ୨୦୧୭ ମସିହା ବସ୍ତିବାସିନ୍ଦା ଭୂମି ଅଧିକାର ଅଧିନିୟମ ରାଜ୍ୟ ସରକାର କରିଥିବା ଜାଣି ବସ୍ତି ବାସିନ୍ଦା ଭାବିଥିଲେ କି ସେମାନେ ଅନାଥ ରହିବେ ନାହିଁ । ୨୦୧୮ ମସିହାରେ ପୁରୀ ପ୍ରଶାସନ ଜୋରସୋର ରେ ପୁରୀ ଗୃହ ଓ ନଗର ଉୟନ ବିଭାଗ ସର୍ଭେ କରିଥିଲେ । ଏହି ସର୍ଭେ ଉଷା ନାମକ ସଂସ୍ନା କରିଥିଲା । ଏହାର କୌଣସି ସୁଫଳ ବଳିଆପଣ୍ଡା ବସ୍ତିବାସିନ୍ଦା ଙ୍କୁ ମିଳିନଥିଲା ହେଲେ ପୁରୀର ଅନ୍ୟ ସବୁ ବସ୍ତି କୁ “ଲ୍ୟାଣ୍ଡସ ରାଇଟ୍ ସାଟିଫିକେଟ ମିଳିଥିଲା ଏବଂ ଏଇଠୁ ପୁରୀ ପ୍ରଶାସନ ପାତର ଅନ୍ତର ଆରମ୍ଭ କରିଥିଲେ । ଏହି ବିଷୟରେ ବସ୍ତି ବାସିନ୍ଦା ଏକାଠି ହୋଇ ପୁରୀ ପ୍ରଶାସନିକ ଅଧିକାରୀଙ୍କୁ ଯେତେବେଳେ ପ୍ରଶ୍ନ କରିଥିଲେ ପ୍ରଶାସନ ସେତେବେଳେ ଉତ୍ତର ରଖିଥିଲେ କି ଏହା “ସୁଇଟି ୱାଟର ଜୋନ” ଏଠାରେ କୌଣସି ଜନପ୍ରକଳ୍ପ ହୋଇପାରିବ ନାହିଁ । ହେଲେ ଏଠି ପ୍ରଶାସନ ର ଏକ ପାତର ଅନ୍ତର ସାମ୍ନାକୁ ଆସିଥିଲା । ବଳିଆପଣ୍ଡା ରେଥିବା ୫୦୦ପରିବାର ବିଶିଷ୍ଟ ମହେଶ୍ବର ନଗର ବସ୍ତି ବାସିନ୍ଦା ଙ୍କୁ ପୁରୀର ୪୦ଟି ବସ୍ତି ମଧ୍ୟରେ ଏଲ, ଆର ସି ଦେବା ପାଇଁ ମନୋନୀତ କରାଯାଇଥିଲା । ଏହାର ମଧ୍ୟ ପ୍ରଶ୍ନ ପ୍ରଶାସନ କୁ ପଚରାଯାଇଥିଲା କି ଏହି ମହେଶ୍ବର ନଗର ମଧ୍ୟ ମଧୁର ଜଳ ପ୍ରପାତ ଅଞ୍ଚଳ ମଧ୍ୟରେ ଯାଉଛି ହେଲେ ଏହି ବସ୍ତି କୁ କିଭଳି ମନୋନୀତ କରାଗଲା । କାହିଁକି ଏଭଳି ପାତରଅନ୍ତର କରାଯାଉଛି ? ଏହାର ଉତ୍ତର ରେ ପ୍ରଶାସନ କହିଥିଲେ କି ଏଲ.ଆର ସି ବଦଳରେ ଏହି ମହେଶ୍ବର ନଗର କୁ ଏଲ.ଇ.ସି ( ଲ୍ୟାଣ୍ଡ ଏ ନ ଟା ଇ ଟେ ଲ ସା ଟି ପି କେ ଟି) ରେ ଅନ୍ତର୍ଭୁକ୍ତ କରାଯିବ । ଏଠି ପ୍ରଶ୍ନ ବିଜୟନଗର ବସ୍ତି କି ଏହି ଏଲଇ.ସି ର
କାହିଁକି ଅନ୍ତର୍ଭୁକ୍ତ କରାଗଲା ନାହିଁ ? ଏହାପରେ ବଳିଆପଣ୍ଡା ବିଜୟନଗର ବସ୍ତି ବାସିନ୍ଦା ବାରମ୍ବାର ନିଜର ଆନ୍ଦୋଳନ ଜାହିର କରିଥିବା ବେଳେ ଭୁବନେଶ୍ବର ବିଧାନସଭା ଘେରାଉ ମଧ୍ୟ କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଗତ ଜୁଲାଇ ମାସରେ ସୁ-ଜଳ ଯୋଜନା ପୁରୀରୁ ଶୁଭାରମ୍ଭ ନିମନ୍ତେ ସରକାର ଙ୍କ ଜୋରଦାର ପ୍ରସ୍ତୁତି ହୋଇଥିବା ବେଳେ ବଳିଆପଣ୍ଡା ନାଲି ଫିଲଡ ଠାରେ ଏହାର ଉଦ୍ଭାଟନୀ ସମାରୋହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏହି ଉଦଘାଟନ ସମାରୋହ ରେ ପୁରୀ ଜିଲ୍ଲା ବିଧାୟକ ଏବଂ ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ହୋଇଥିଲେ । ଏହି ଉଦଘାଟନ ପରେ ମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରାଯାଇଥିଲା |ହେଲେ ଆଜିପଯ୍ୟନ୍ତ କୌଣସି ସୁଫଳ ମିଳିପାରିଲାନାହିଁ |ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସମସ୍ୟାର ତୁରନ୍ତ ସମାଧାନ ଦାବୀ କରିଛନ୍ତି ବସ୍ତି ବାସିନ୍ଦା |
Related Stories
November 23, 2024