କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍(ଆଟା) ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ,ତହସିଲ,ଜିଲ୍ଲା କାର୍ଯ୍ୟାଳୟ ଓ ଥାନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଖୋଲି ଜନସାଧାରଣଙ୍କ ସମସ୍ୟା ସମାଧାନରେ ସହଯୋଗ କରିବା ପାଇଁ ଉଲ୍ଲେଖ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଥିବା ଆଟାର ସଦସ୍ୟ ମାନେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିବା ସହିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ପୁରୀ ଜିଲ୍ଲାରେ ଯେଉଁଭଳି ଭାବେ ସମସ୍ତ ଅଫିସରେ ଟ୍ୱିଟର ଆକାଉଣ୍ଟ ଖୋଲା ଯାଇଛି ତାହାର ଉଦାହରଣ ମଧ୍ୟ ଟ୍ୱିଟର ଆକ୍ଟିଭିଷ୍ଟ ମାନେ ଦେଇଥିଲେ। ଜିଲ୍ଲାପାଳ ଏହି ଦିଗରେ ବହୁଜଲ୍ଦି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
