ଗଞ୍ଜାମ, ଜୁଲାଇ ୨୨ ତାରିଖ ଠାରୁ ସ୍ଥାୟୀ ନିଯୁକ୍ତି ଦାବିରେ ଟି.ପି.ଏସ.ଓ.ଡି.ଏଲ.ର କର୍ପୋରେଟ ଅଫିସ୍ ସମ୍ମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଚାଲିଥିବା ଗଣଧାରଣା ଆଜି ୪୩ ଦିନରେ ପହଂଚିଛି । ବର୍ଷ ବର୍ଷ ଧରି ରାଜ୍ୟର ବିଦ୍ୟୁତ ବ୍ୟବସ୍ଥାକୁ ଚଳାଇ ଆସୁଥିବା ଆଉଟ୍ ସୋର୍ସ ଶ୍ରମିକ କର୍ମଚାରୀଙ୍କୁ ଟାଟା କମ୍ପାନୀ ଅଣଦେଖା କରୁଥିବାରୁ ଆସନ୍ତା କାଲି ଠାରୁ କର୍ମଚାରୀ ମାନେ ଆମରଣ ଅନଶନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ।