
ବେଲଗୁଣ୍ଠା-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ କରୋନା କଟକଣା ଭିତ୍ତିରେ ପାଳନ କରାଯାଇଅଛି ।ପରିଷଦ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।ସ୍ୱତନ୍ତ୍ର ଅତିଥି ଭାବେ ପ୍ରଶାସକ ଜ୍ୟୋତିଶଙ୍କର ରାୟ ଯୋଗ ଦେଇଥିଲେ ।ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ପୌର ସଂସ୍ଥାର ବିହିତ ବିକାଶ ଜାରି ରଖିଛନ୍ତି ।ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ସହରରେ ମଧ୍ୟ ବହୁ ଉନ୍ନୟନ ମୁଳକ ପ୍ରକଳ୍ପ ନିର୍ମାଣାଧୀନ ରହିଛି ଏବଂ ଆଗକୁ ବହୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ସବୁଜ ସଙ୍କେତ ଦେଇଛନ୍ତି ବୋଲି ବିଧାୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥିସହିତ ବେଲଗୁଣ୍ଠା ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ପରିଷଦକୁ ସହଯୋଗ କରିବା ପାଇଁ ଉଦବୋଧନ ଦେଇଥିଲେ ।ଏଥି ସହିତ ପରିଷଦ ତରଫରୁ ସମସ୍ତ କର୍ମଚାରୀ ଓ ସଫେଇ କର୍ମଚାରୀ ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା ।ଏହା ପରେ ବେଲଗୁଣ୍ଠା ହାଟପଦା-ବାଙ୍କବଜାର ଛକ ଠାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ବହୁ ପ୍ରତିକ୍ଷିତ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରବେଶ ପଥ ତୋରଣକୁ ବିଧାୟକ ଶ୍ରୀ ସ୍ୱାଇଁ ଉଦଘାଟନ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ସଂଚାଳନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୁ୍ର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,
ଚିନଂ ଲିଙ୍ଗରାଜ ପାତ୍ର,ସମାଜସେବୀ ଦେବୀ ପ୍ରସାଦ ପାତ୍ର,ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,ସତ୍ୟନାରାୟଣ ମହାପାତ୍ର,ପୁର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି, ଜତିନ୍ କୁମାର ପାତ୍ର,ଦିଲ୍ଲୀପ ଆଚାରୀ,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବିଭୁପାଦ ଜେନା,ସନ୍ତୋଷ ସୁବୁଦ୍ଧି, ପ୍ରକାଶ କୁମାର ସାହୁ,ବିଜେଡି ଡିଜିଟାଲ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର ଙ୍କ ସହିତ ଅନ୍ୟ ପୁ୍ର୍ବତନ କାଉନସିଲର, ପରିଷଦ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO