
ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ ପରିଦର୍ଶନ ସହ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ଦର୍ଶନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳି ବୁଲିବାର ସୌଭାଗ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲାଭ କରିଛନ୍ତି । ପଞ୍ଚାୟତରାଜ,ଏମଜିଏନ ଆର ଈଜି ଏସ,କୃଷି, ଜଳସେଚନ, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଳିତ ସହଯୋଗରେ ଈଣ୍ଡୋର ଷ୍ଟାଡିୟମ, କାଳୀ ମନ୍ଦିର ବନ୍ଧ, ଅଙ୍ଗନବାଡି ଗୃହ, ପଞ୍ଚାୟତ ଗୃହ, ମିଶନ ଶକ୍ତି ଗୃହ, ମିଶନ ଶକ୍ତି ଗ୍ରାମୀଣ ବଜାର, ଗୋଚର ଜମିରେ ଆଦର୍ଶ ଗୋଷ୍ଠୀ ଗାଈ ଗୁହାଳ, ପୋଖରୀ ସୌନ୍ଦର୍ଯ୍ୟ କରଣ ପରିଦର୍ଶନ କରିଥିଲେ । ପ୍ରଶାସନର ଲୋକାଭିମୁଖୀ ଆଭିମୁଖ୍ୟ ଓ ଗୋଷ୍ଠୀ ସହାୟତା ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟର ରୂପାନ୍ତରୀକରଣ ସମ୍ଭବ ହୋଇଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଆମ ରାଜ୍ୟ ପାଇଁ ବିକାଶର ମଡେଲ୍ ବୋଲି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ,ସଞ୍ଜୟ କୁମାର ଦାସ ବର୍ମା କହିଛନ୍ତି ।