ନୂଆପଡ଼ା – ନୂଆପଡା ଜିଲ୍ଲାର ପୁରପଲ୍ଲୀରେ ଆଜି ଧନତେରସ ଉତ୍ସବ ପାଳିତ ହେଉଅଛି । ଆଜିର ଦିନକୁ ଭିନ୍ନ ଢଙ୍ଗରେ ପାଳନ କରୁଥିବା ବେଳେ ଧନତେରସ ଦିନ ନିଜ ଘରକୁ ନୂତନ ମୂଲ୍ୟବାନ ଦ୍ରବ୍ୟ ଆଣି ପୂଜା କଲେ ଦେବୀ ଲକ୍ଷ୍ମୀ ସ୍ୱପ୍ନ ହେଉଥିବା ବିଶା୍ୱସ ରହିଛି । ତେଣୁ କରି ଆଜି ଜିଲ୍ଲାର ପ୍ରମୁଖ ସହର ଖଡିଆଳ, ନୂଆପଡା ଏବଂ ଖରିଆର ରୋଡରେ ବ୍ୟାପକ ସୁନା, ରୂପା ଗହଣା ବିକ୍ରୀ ହେଉଥିବା ବେଳେ ଆଜିର ଦିନ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଅଛି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସହରପରି ଖଡିଆଳରେ ମଧ୍ୟ ଧନତରେସର ଯୋରଦାର ପ୍ରଭାବ ପଡିଛି । ଘରର ଦ୍ୱାର ମୁହରେ ମାଟି ଦୀପ ଜାଳି ବିଭିନ୍ନ ରକମର ଆଲୋକ ସାଜସଜ୍ଜ୍ୟାରେ ସହର ଉତ୍ସବ ମୁଖରୀତ ହେଉଅଛି । ଦୀପାବଳୀ ଆଲୋକର ପର୍ବ ରୁପେ ସମଗ୍ର ଅଂଚଳ ପାଳନ କରି ତିନି ଦିନ ଧରି ନିଜ ଘରକୁ ଆଲୋକ ସଜାଇ ଦେଇଥାନ୍ତି । ଏହି ଦିନ ଭିନ୍ନ ରକମର ବାଣ ଫଟକା ବିକ୍ରୟ କରୁଥିବା ବେଳେ ଖଡିଆଳ ଠାରେ ଏହାର ସୁରକ୍ଷା ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଫଟକା ବଜାର ବସିଛି । ଏନଏସି ପକ୍ଷରୁ ସହରର ଗୋଟିଏ ସ୍ଥାନରେ ଫଟକା ବିକ୍ର ହେବା ଦ୍ୱାରା ଅଘଟନକୁ ଏଡାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି ।
Related Stories
November 24, 2024
November 24, 2024