
ନୂଆପଡ଼ା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବାଦୀ ପଂଚାୟତର ଜୁନାନୀ ଗ୍ରାମର ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଖଡିଆଳ ଥାନାରେ ଅଭିଯୋଗ ହୋଇଛି । ସୂଚନାମତେ ଜୁନାନୀ ଗ୍ରାମର ରାଜାରାମ ପଟେଲ ନାମକ ବ୍ୟକ୍ତି ଗତ ଦିନରେ ଗ୍ରାମର ବିକ୍ରମ କେଶରୀ ସିଂଦେଓଙ୍କ ଜମିରେ ଗାଇ ଚରାଇ ଦେଇଥିଲା । ଏହାକୁ ନେଇ ବିକ୍ରମ ପ୍ରତିବାଦ କରିବାରୁ ଆଜି ରାଜାରାମ ପଟେଲ ଏକ ଠେଙ୍ଗାରେ ବିକ୍ରମ କେଶରୀ ସିଂଦେଓଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଯାହାଫଳରେ ବିକ୍ରମଙ୍କ ବିଭିନ୍ନ ସ୍ଥାନରେ ମାଡ଼ହୋଇ ମୁଣ୍ଡ ଫାଟି ଯିବା ସହ ହାତ ଭାଙ୍ଗିଯାଇଛି । ଏନେଇ ବିକ୍ରମଙ୍କ ଅଭିଯୋଗ କ୍ରମେ ଖଡିଆଳ ପୁଲିସ ଏକ ମାମଲା ରୁଜୁ କରି ରାଜାରାମ ପଟେଲଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ନେଇ ଖଡିଆଳ ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।