ରବିବାର ୨:୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ମାଣିକା ପଞ୍ଚାୟତ ରାୟପୁର ଗ୍ରାମର ୩୦ ପରିବାରର ୧୦୦ ରୁ ଉର୍ଦ୍ଧ୍ବ ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାରୀ ଯୋଜନା,ସ୍ୱଚ୍ଛ ଶାସନ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ (ମାଣିକା) ସଦାଶିବ ଜେନା, ମାଣିକା ସଭାପତି ଅମିୟ ଦାସ, ସରପଞ୍ଚ ତ୍ରିନାଥ ସାମନ୍ତରାୟ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜକିଶୋର ଜେନା, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜ୍ଞାନଚାନ୍ଦ ପ୍ରଧାନ, ବ୍ରହ୍ମପୁରସମିତି ସଭ୍ୟ ରବି ଜେନା, ରମେଶ ପଲାଇ ଓ ଯୁବ ନେତା ଅଶୋକ ଦଳାଇ ଉପସ୍ଥିତ ଥିଲେ ।
Related Stories
November 23, 2024