କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସ୍ବଦେଶୀ ଜାଗରଣ ମଞ୍ଚ ପୁରୀ ତରଫରୁ ଆଜି ରାଣୀ ସତୀ ଭବନରେ ବିଚାର ଵର୍ଗ ଓ ଦୈନଦିନ ଜୀବନରେ ସ୍ବଦେଶୀ ଓ ଦେଶର ବିକାଶ ରେ ସ୍ବଦେଶୀ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା |ଏଥିରେ RSS ର ବରିଷ୍ଠ ଅଧିକାରୀ ରାଜକିଶୋର ସାହୁ ଓ ମନୋରଞ୍ଜନ ସାହୁ ସ୍ୱଦେଶୀ ଜାଗରଣ ମଞ୍ଚ ର ରାଜ୍ୟ ସଂଯୋଜକ ଶତ୍ରୁଘନ ତରାଇ ଓ ସଂଘର୍ଷ ବାହିନୀ ପ୍ରମୁଖ ସଚିନନ୍ଦନ ଦାଶ ଯୋଗ ଦେଇ ସ୍ବଦେଶୀ ଦୈନଦିନ ଜୀବନ ଆବଶ୍ୟକତା ଓ ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ସ୍ବଦେଶୀ ର ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି କହିଥିଲେ |
ସ୍ବଦେଶୀ ର ବିକାଶ ଯାତ୍ରା ଉପରେ ଆଲୋଚନା କରାଯାଇଥିଲା | ସମାଜ ର ପ୍ରତିନିଧି ଜଗନ୍ନାଥ ବସ୍ତିଆ, ସୁଦେଶା ପଣ୍ଡା, ଭବାନୀ ମିଶ୍ର, ବୀଣାପାଣି ପଣ୍ଡା, ସାରଙ୍ଗଧର ଷଡଙ୍ଗୀ ଆଲୋଚନା ରେ ଭାଗ ନେଇଥିଲେ |ନଗର ସଂଯୋଜକ ମନୋଜ କୁମାର ଅଗ୍ରୱାଲ ସ୍ୱାଗତଂ ଭାଷଣ ଓ କାର୍ଯ୍ୟକ୍ରମ ପ୍ରମୁଖ ସବିତା ବିଶୋଇ ମଞ୍ଚ ପରିଚାଳନା କରିଥିଲେ।ଉପେନ୍ଦ୍ର ବିଶୋଇ,ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ପୁର୍ଣ ଚନ୍ଦ୍ର ଦାସ, ଅଜୟ ଦାସ ତରୁଣାଦିତ୍ୟ ମିଶ୍ର,ବିଚିତ୍ର ରଂଜନ ସାହୁ, କବିତା ପ୍ରଧାନ, ଅଶୋକ ଦାଶ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |ଧନ୍ୟବାଦ ଅର୍ପଣ ଜଗନ୍ନାଥ ଷଡ଼ଙ୍ଗୀ କରିଥିଲେ ଏବଂ ଶେଷରେ ବନ୍ଦେ ମାତରମ କରାଯାଇଥିଲା |