
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଗାମୀ ୩୧ ଅଗଷ୍ଟ ଏବଂ ୦୧ ସେପ୍ଟେମ୍ବର ଦୁଇଦିନ ଧରି ପୁରୀ ସ୍ଥିତ “ନିଳାଦ୍ରୀ ବିଚ ପରିସରରେ ଓଡିଶା ଷ୍ଟେଟ୍ ମାଲ୍ଲଖମ୍ବ ଅସୋସିଏସନ୍ ଆନୁକୁଲ୍ୟରେ ୧୮ ବର୍ଷରୁ କମ୍ ବୟସର ବାଳକ ଏବଂ ବାଳିକା ମାଲ୍ଲଖମ୍ବ ପ୍ରତିଯୋଗୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ( ଏହି ପ୍ରତିଯୋଗିତା ସ୍କୁଲ ଏବଂ କଲେଜରେ ଅଧ୍ୟୟନ କରୁଥିବା ସମସ୍ତ ବାଳକ ବାଳିକା ଅଂଶଗ୍ରହଣ କରିପାରିବେ) । ଯେଉଁ ପ୍ରତିଯୋଗୀ ମାନଙ୍କର ଚୟନ ହେବ ସେମାନଙ୍କୁ “ଖେଲୋ ଇଣ୍ଡିଆ ୟୁଥ ଗେମ୍ ୨୦୨୧ (KIYG,
2021)”ରେ ଓଡିଶା ତରଫରୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିବ ।ଓଡିଶା ଷ୍ଟେଟ୍ ମାଲ୍ଲଖମ୍ବ ଅସୋସିଏସନ୍ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି |