
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଆଞ୍ଚଳିକ ଡିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦ ରେ ଶିକ୍ଷକ-ଅଭିଭାବକ ସମାବେଶ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ଶୈକ୍ଷିକ ବାତାବରଣରେ ଅଧୟନ କରି ଉଜ୍ୱଳ ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ମୋବାଇଲ କୁ କଲେଜ ପରିସରରେ ବ୍ୟବହାର ନକରିବା ପାଇଁ ଉପଦେଶ ଦେଇଥିଲେ। ଇହିହାସ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଚୌଧୁରୀ ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପକ ବିରଞ୍ଚି ନାରାୟଣ ପ୍ରଧାନ କିପରି ଛାତ୍ରଛାତ୍ରୀ ଶିକ୍ଷା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କ୍ଷେତ୍ରରେ ସଠିକ୍ ଦାୟିତ୍ଵ ନିର୍ବାହ କରିବେ ସେଇଥିପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ। ଅଭିଭାବକ ମାନେ ବିଭିନ୍ନ ସମସ୍ୟା ଉତଥାପନ କରିଥିଲେ। ପରିଶେଷରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ଧନ୍ଯବାଦ ଅର୍ପଣ କରିଥିଲେ। ସମାବେଶରେ ସହଯୋଗ କରିଥିଲେ କମ୍ପୁଟର ପରିଚାଳକ ଶ୍ରୀ ସରୋଜ କୁମାର ନାୟକ।