-
ସମ୍ପୂର୍ଣ୍ଣ ମାଗଣାରେ ପଢିବେ ମାଷ୍ଟର ଡିଗ୍ରୀ
-
ଏପରି ବିରଳ ସୌଭାଗ୍ୟ ପାଇବାରେ ଚିଦାନନ୍ଦ ପ୍ରଥମ
ବାଲେଶ୍ଵର,କୃଷ୍ଣ କୁମାର ମହାନ୍ତି
ପିଲାଟି ଦିନରୁ ତୁଳସୀ ଦୁଇପତ୍ରରୁ ବାସିଲା ଭଳି ବାଲେଶ୍ଵରର ଝିଅ ଚିଦାନନ୍ଦ ପାଠରେ ଥିଲେ ବେଶ୍ ନିବେଶୀ। ସ୍ଵଭାବତଃ ଚୁପଚାପ ଚିଦାନନ୍ଦ ବରାବର ପରିବାରକୁ ଦେଇ ଆସିଛନ୍ତି ଆନନ୍ଦ। ଏବେ ପୁଣି ଉଚ୍ଚଶିକ୍ଷା ପାଇଁ ଦେଶ ବାହାରର ଏକ ସ୍ଵନାମଧନ୍ୟ ବିଶ୍ଵବିଦ୍ୟାଳୟରୁ ସେ ପାଇଲେ ଶିକ୍ଷା ବୃତ୍ତି ବା ସ୍କଲାରଶିପ୍। ନେଦରଲ୍ୟାଣ୍ଡର ୟୁନିଭର୍ସିଟି ଅଫ୍ ଆମଷ୍ଟରଡମ୍ (UvA)ରେ ସେ ତାଙ୍କର ମାଷ୍ଟର୍ ପାଠ୍ୟକ୍ରମ ସମାପ୍ତ କରିବେ। ୧୬୩୨ରେ ସ୍ଥାପିତ ଏହି ପବ୍ଲିକ୍ ବିଶ୍ଵବିଦ୍ୟାଳୟଟି ଉଚ୍ଚତର ଗବେଷଣା ପାଇଁ ନେଦରଲ୍ୟାଣ୍ଡର ସମେତ ସାରା ବିଶ୍ବରେ ପ୍ରସିଦ୍ଧ।
ବାଲେଶ୍ଵର ଜିଲ୍ଲାର ପାତ୍ରପଡା ପଞ୍ଚାୟତ ନିବାସୀ କବି ତଥା ‘ବହିଘର’ ପ୍ରକାଶନୀର ସଂସ୍ଥାପକ ଶ୍ରୀ ଅଭୟ ଦାସ ଓ ଶିକ୍ଷୟିତ୍ରୀ ଓ ସମାଜସେବୀର ମଞ୍ଜୁଲତା ବଳଙ୍କ ସୁକନ୍ୟା ହେଉଛନ୍ତି ଚିଦାନନ୍ଦ(୨୭)। ସେ ବିଶ୍ବର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ନେଦରଲାଣ୍ଡର ଆମଷ୍ଟାରଡମ୍ ବିଶ୍ବବିଦ୍ୟାଳୟରୁ ଶିକ୍ଷାବୃତ୍ତି (ସ୍କଲାରସିପ୍) ପାଇ ଉକ୍ତ ବିଶ୍ଵବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାଗଣାରେ ପଢିବାକୁ ମନୋନୀତ ହୋଇଛନ୍ତି।ଶିକ୍ଷାବୃତ୍ତି ପାଇ ବିଦେଶରେ ସମ୍ପୂର୍ଣ୍ଣ ମାଗଣାରେ ମାଷ୍ଟର ଡିଗ୍ରୀ କରିବାରେ ଅର୍ପିତା ବାଲେଶ୍ଵରରୁ ପ୍ରଥମ ବୋଲି କୁହାଯାଉଛି। ଆମଷ୍ଟାରଡମ୍ ବିଶ୍ବବିଦ୍ୟାଳୟରେ ‘ଅର୍ବାନ ଆଣ୍ଡ୍ ରିଜିଓନାଲ ପ୍ଲାନିଂ’ରେ ସ୍ନାତକୋତ୍ତର ପଢ଼ିବା ପାଇଁ ସମସ୍ତ ଖର୍ଚ୍ଚ ତୁଲାଇବା ଭଳି ଏକ ଆନ୍ତର୍ଜାତିକ ଛାତ୍ରବୃତ୍ତି ମିଳିବା ପରେ ତାଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅର୍ପିତା ଏଆଇଇଇଇ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ
ଜାମ୍ମୁ-କାଶ୍ମୀରର ‘ଶ୍ରୀମାତା ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟରେ
୫ ବର୍ଷିଆ ବ୍ୟାଚଲର୍ ଅଫ୍ ଆର୍କିଟେକଚର୍ ପାଠ୍ୟକ୍ରମ ଶେଷ କରିଛନ୍ତି। ଉକ୍ତ ପାଠ୍ୟକ୍ରମର ୧୦ଟି ସେମିଷ୍ଟାରରେ ଟପର୍ ଓ ଡିଷ୍ଟିଂସନ୍ ସହ ପାସ୍ କରିବା ଯୋଗୁଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ଏକା ସାଙ୍ଗରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ଗ୍ରହଣ କରି ଅର୍ପିତା ବିଶ୍ବବିଦ୍ୟାଳୟରେ ଶ୍ରେଷ୍ଠ ଛାତୀ ଭାବେ ସ୍ଥାନ ଅଧିକାର କରିବା ସହ ବାଲେଶ୍ଵର ପାଇଁ ଗୌରବ ଆଣିଥିଲେ। ତାଙ୍କର ଏହି ସଫଳତାରେ ବାଲେଶ୍ଵରର ଅନେକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।