ଭଞ୍ଜନଗର , (ସମିସ )ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ଗଠନ ସହ କର୍ମକର୍ତ୍ତା ଚୟନ ହୋଇଯାଇଛି l ନିକଟସ୍ଥ ଧନେଇ ଡ୍ୟାମ ଡାକ ବଙ୍ଗଳା ଠାରେ ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ତଥା ରାଜ୍ୟ ପର୍ଯ୍ୟବେକ୍ଷକ ଆଦର୍ଶ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଓଡ଼ଗାଁ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ କୁମାର ମହାପାତ୍ର,ବୁଗୁଡ଼ା ମିଡ଼ିଆ କ୍ଲବ ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସଙ୍ଘର ଆବଶ୍ୟକତା ଓ ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟର ସର୍ବ ପୁରାତ୍ତନ ଓ ସର୍ବ ବୃହତ ସଂଗଠନ ଭାବେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କହିଥିଲେ l ଏ ଅବସରରେ ପୋଲସରା ଶାଖାର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା ସହ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା l ପୋଲସରା ଶାଖାର ନୂତନ ସଭାପତି ଭାବେ ସୁବ୍ରତ ବେହେରା, ଉପସଭାପତି ଭାବେ ଅକ୍ଷାନ୍ତ ମିଶ୍ର, ସମ୍ପାଦକ ଭାବେ ଅତ୍ରି ପଟ୍ଟନାୟକ, ସହ ସମ୍ପାଦକ ରତ୍ନାକର ଗୌଡ଼, ଜିଲ୍ଲା ସଂଯୋଜକ ଭାବେ ଜଗଦୀଶ ରାଉତ, ବ୍ଲକ ସଂଯୋଜକ ଭାବେ ଶ୍ରୀରାମ ସ୍ୱାଇଁ, କାର୍ଯ୍ୟକାରୀ ସଦସ୍ୟା ଭାବେ ରବିନାରାୟଣ ପଟ୍ଟନାୟକ, ବସନ୍ତ କୁମାର ସାହୁ,ଲୋକନାଥ ନାୟକ ମନୋନୀତ ହୋଇଥିଲେ l କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ, ବୁଗୁଡ଼ା ମିଡ଼ିଆ କ୍ଲବ ଉପସଭାପତି ମନୋରଞ୍ଜନ ଦାସ, ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ କୁମାର ବେହେରା, ଅଭିମନ୍ୟୁ ମିଶ୍ର,ରୋହିତ ପ୍ରାଧାନ, ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ରିପୋର୍ଟ-ଶିବରାମ ଚୌଧୁରୀ
Related Stories
May 3, 2024