ଚିତ୍ତରଞ୍ଜନ ଗନ୍ତାୟତ,ଜଗନ୍ନାଥପ୍ରସାଦ
ବର୍ତମାନ କୋଭିଡ ମହାମାରୀ ଭଳି ସଙ୍କଟ ଜନକ ପରିସ୍ଥିତିରେ ବିଗତ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଧରି ବିଦ୍ୟାଳୟ ସବୁ ବନ୍ଦ ଥିବାରୁ ଅନଲାଇନ ଶିକ୍ଷାଦାନ କୁ ଗୁରୁତ୍ୱ ଦିଆଯାଉଛି. ଏହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଗଞ୍ଜାମ ଜିଲ୍ଲାକୁ ପାଇଲଟିଂ ପ୍ରକଳ୍ପ ଭାବେ ନିଆ ଯାଇଥିବାରୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ. ଧନଞ୍ଜୟ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମନୋରଞ୍ଜନ ମିଶ୍ର ଏବଂ ଶ୍ରୀ ସିମାଞ୍ଚଳ ଜାନି ଶିକ୍ଷାଧିକାରୀଙ୍କ ଆଦେଶ ଅନୁଯାୟୀ ଏହି ବ୍ଲକର ପ୍ରାୟ 700 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଗତ ଜୁଲାଇ ମାସରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦୁଇଟି ମଡ୍ୟୁଲ “ଟିଚରସ ୱେଲବିଙ୍ଗ ” ଏବଂ “ହୋମ ବେସଡ ମିନି ପ୍ରୋଜେକ୍ଟ ” ଉପରେ ତାଲିମ୍ ପ୍ରଦାନ କରାଯାଇଛି… ବୃତ୍ତିଗତ ଶିକ୍ଷଣ ସମ୍ପ୍ରଦାୟ ବା ପି ଏଲ ସି ମାଧ୍ୟମରେ ସହଯୋଗୀ ଅଧ୍ୟୟନ, ପାରଦର୍ଶିତାର ଆଦାନ ପ୍ରଦାନ ଏବଂ ବୃତ୍ତିଗତ ସଂଳାପ ମାଧ୍ୟ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦକ୍ଷତା ଏବଂ ଜ୍ଞାନର ବିକାଶ ସହିତ ଏକ ଶକ୍ତିଶାଳୀ ନେତୃତ୍ୱ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କ ଆକାଂକ୍ଷା, ସଫଳତା ଏବଂ ପ୍ରାପ୍ତିରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ.
ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ବ୍ଲକର ପାଞ୍ଚ ଜଣ ମାଷ୍ଟର ଟ୍ରେନର ଶ୍ରୀ ଶୁଭେନ୍ଦୁ କୁମାର ଗୌଡ଼, ଶ୍ରୀ ରଘୁନାଥ ମହାପାତ୍ର, ଶ୍ରୀ ସଂଜିତ କୁମାର ଶତପଥୀ, ଶ୍ରୀ ଶିବ ପ୍ରସାଦ ରଥ ଏବଂ ଶ୍ରୀ ସଞ୍ଜୟ କୁମାର ଜେନା ପ୍ରଶିକ୍ଷଣ ଦେଵା ସହ ରାଜ୍ୟ ସ୍ତରୀୟ ସମ୍ବଳ ଶିକ୍ଷକ ଶ୍ରୀ ଅନ୍ନଦା ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ ! ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାଥ-ଇ ଟିମ ର ରାଜ୍ୟ ସ୍ତରୀୟ ଅଧିକାରୀ ସନ୍ତୋଷୀ ଭୋପା ଏବଂ ଜିଲ୍ଲା ଶିକ୍ଷାତତ୍ତ୍ୱ ସଂଯୋଜକ ଡ: ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ କିଛି ମୂଲ୍ୟବାନ ପରାମର୍ଶ ଦେଇଥିଲେ ! ବ୍ଲକର ସମସ୍ତ ସି ଆର ସି ସି ଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ସରକାରଙ୍କ ଏହି ସମୟୋପଯୋଗୀ କାର୍ଯ୍ୟକ୍ରମ କୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି