
ବେଲଗୁଣ୍ଠା, ଆଜି ଥିଲା ଭାଇ ଭଉଣୀର ପବିତ୍ର ପ୍ରେମର ପର୍ବ ରକ୍ଷା ବନ୍ଧନ ଉତ୍ସବ I ଭଉଣୀ ମାନେ ଅତି ଆଗ୍ରହରେ ନିଜକୁ ସୁରକ୍ଷା ଦେବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶୃ୍ତି ମାଗିଥିଲେ I ଏହି ଅବସରରେ ଏହି ପବିତ୍ର ପର୍ବକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି କ୍ଷତ୍ରିୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ରେଡ ରିବନ କ୍ଲବ ସଦସ୍ୟ ମାନେ I
ବୃକ୍ଷଟିଏ ଜୀବଜଗତର ପ୍ରକୃତ ସୁରକ୍ଷା ଦାତା ହୋଇଥିବାରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପବିତ୍ର ଅଶୋକ ଗଛରେ ରାକ୍ଷୀ ବାନ୍ଧି ଗଛର ସୁରକ୍ଷା ପାଇଁ ଶପଥ ନେଇଥିଲେ ଯୁବ ରେଡ଼କ୍ରସ୍ ଏବଂ ରେଡ୍ ରିବନ କ୍ଲବ୍ ସଦସ୍ୟ | ସେହିପରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରସ୍ପର ରେଡ ରିବନ୍ ରାକ୍ଷୀ ବାନ୍ଧି ମିଠା ବାଣ୍ଟିଥିଲେ | ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ରେଡ଼କ୍ରସ୍ ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ପରିଚାଳନା କରିଥିବାବେଳେ ପ୍ରାଧ୍ୟାପକ କପିଳ ସାହୁ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଜ୍ୟୋତି, ଦୀପକ, ପ୍ରିୟଞ୍ଜନ, ଶିଶିର, ପଦ୍ମ, କାହ୍ନ| ପ୍ରମୁଖ ଅଂଶଗ୍ରହଣ କରିଥିଲେ |
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO