
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ପୋଲିସ ଗତକାଲି ରାତିରେ ଭାଟକୁମରଡ଼ା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ସେଠାରୁ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୬୦ ହଜାର ୬୦୦ ଟଙ୍କା ଜବତ ହୋଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଏନେଇ ଥାନା ପକ୍ଷରୁ କେସ୍ ନଂ ୩୭୧/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଭାଟକୁମରଡ଼ା ଗ୍ରାମର ୪ ଜଣ ରହିଛନ୍ତି ।
ଗ୍ରାମର ଏକ ନିର୍ଜ୍ଜନ ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ନେଇ ସୂଚନା ମିଳିବା ପରେ ଏଏସଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ସଦଳବଳେ ଚଢ଼ଉ କରି ଜୁଆଡ଼ିଙ୍କୁ କାବୁ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ରଞ୍ଜନ ସାହୁ, ଶାନ୍ତନୁ ସ୍ୱାଇଁ, ସଞ୍ଜୟ ସ୍ୱାଇଁ, ସୀମାଚଂଳ ସ୍ୱାଇଁ, ବିନୋଦ କୁମାର ଦଳବେହେରା, ରମେଶ ଚନ୍ଦ୍ର ବେହେରା ଓ କୈଳାସ ରେଡ୍ଡୀ ।