ମାଲକାନଗିରି – ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ପୁରୁଣା ଓର୍କେଲର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଉଛନ୍ତି ସମରା ଖିଲ । ଆଜି ସକାଳୁ ନିଜ ଚାଷ ଜମିକୁ ଯାଇ ଜମିରେ ଚାଷ କରୁଥିବା ସମୟରେ ଭାଲୁଟି ତାଙ୍କ ଉପରେ ଆକ୍ରମଣ କରିଥିଲା । ପରେ ସମରାଙ୍କ ପାଟି ଶୁଣି ପାଖ ଜମିରେ କାମ କରୁଥିବା ଲୋକେ ଭାଲୁଟିକୁ ସେଠାରେ ଘଉଡାଇବା ସହ ସମରାକୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେ ଏବେ ବାଲିମେଳା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
Related Stories
November 24, 2024
November 24, 2024