
ନୂଆପଡ଼ା, ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି ସଭାରେ କରୋନା କଟକଣା ମଧ୍ୟରେ ସଂପୂର୍ଣ୍ଣ ନିରାଡମ୍ବର ଭାବରେ କବିଙ୍କ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମିତି କର୍ମକର୍ତ୍ତାଙ୍କ ଗହଣରେ ଜୟନ୍ତୀ ତିଥିରେ କବିଙ୍କ ପ୍ରସଙ୍ଗନର ପ୍ରବନ୍ଧ ଉପସ୍ଥାପନା ସହ କବିତା ପାଠ ହେବ । ଏଥିସହ ଖୁବଶୀଘ୍ର ସିନାପାଲି ଠାରେ କବି ଗଙ୍ଗାଧର ମେହେରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ସଭାରେ ଆଲୋଚନା କରାଯାଇଥିଲା ।
ବୈଠକରେ ବରିଷ୍ଠ କର୍ମକର୍ତ୍ତା ରବିନ୍ଦ୍ରନାଥ ଯୋଶୀ, ସହ ସଂପାଦକ ଲଲିତ କୁମାର ସୁନାରି, କୋଷାଧ୍ୟକ୍ଷ ଶିବ ପ୍ରଶାଦ ମେହେର, କୁମୁଦ ଯୋଶୀ, ଧ୍ରୁବଚରଣ ପ୍ରଧାନ, ପରେଶନାଥ ପାଣିଗ୍ରାହୀ, ପ୍ରେମାନନ୍ଦ ମେହେର, ବଂଶିଧର ଜଗତ, ପ୍ରଦ୍ୟୁମ୍ନ ସିଂ ଚିନ୍ଦା, ଗୌତମ ମେହେର, ଲୋଚନ ମେହେର, ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ପାଦକ ତରୁଣ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।