
ନୂଆପଡ଼ା, ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶାର ନୂଆପଡ଼ା ଜିଲ୍ଲା ଶାଖା ଆନୁକୂଲ୍ୟରେ ଅମୃତ ମହୋତ୍ସବ ଦିନ ଖଡିଆଳ ଠାରେ ଛାତ୍ର ମେଧା ସମ୍ମାନର ଶୁଭ ଉଦ୍ଘାଟନ ସହ ପୁସ୍ତକ ଲୋକାର୍ପଣ ତଥା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି ତଥା ପ୍ରତିଷ୍ଠାତା ମାନନୀୟ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ବାରିକ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ପଟ୍ଟାୟତ (କବି ନୀଳଲୋହିତ ସିଂଦେଓ) ମାଟିଲଗ୍ନା ରାଜ୍ୟ ସଂଯୋଜକ ନିତ୍ୟାନନ୍ଦ ଖମାରୀ, ମାଟିଲଗ୍ନା ସର୍ବ ଭାରତୀୟ ମଞ୍ଚ ପରିଚାଳକ ରୁଦ୍ର ମାଧବ ବାରିକ, ମାଟିଲଗ୍ନା ବଡଭାଇ ନରସିଂହ ପ୍ରସାଦ ନାୟକ ଏବଂ ଜିଲ୍ଲା ସଭାପତି ଜିତେନ୍ଦ୍ର ନାଥ ଗହିର ମଞ୍ଚାସୀନ ଥିଲେ । ଦେବପୂଜନ ପରେ ମାଟିଲଗ୍ନା ସଂଗୀତ ଗାନ କରାଯିବା ସହ ସଂପାଦକୀୟ ବିବରଣୀ ପଠନ ପରେ ମଞ୍ଚାସୀନ ଅତିଥିଗଣ ନିଜ ନିଜର ଅଭିମତ ରଖିଥିଲେ ।
ଉକ୍ତ ସଭାରେ ନୂଆପଡ଼ା ଜିଲ୍ଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା ଯଥା- ଜୀତେନ୍ଦ୍ର ନାଥ ପଟ୍ଟନାୟକ, ପବିତ୍ର ମୋହନ ପ୍ରଧାନ, ସତ୍ୟଦେବ ବନଛୋର, ଯୋଗେଶ୍ଵର ରାଉତରାୟ, ଗୈାର ଚନ୍ଦ୍ର ଦଣ୍ଡସେନା, ଅର୍ଜୁନ ଛତ୍ରିଆ, କୁନାଲ ଚରଣ ବେହେରା, ଲବଣେଶ୍ବର ବାରିକଙ୍କ ସମେତ ମୋଟ ୧୫ ଜଣଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ତତସହିତ ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଖଡ଼ିଆଳ ମହିଳା ମହାବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀଙ୍କୁ ମଧ୍ଯ ପୁରସ୍କୃତ କରାଯାଇ ଥିଲା । ସଭାରେ ରାଜ୍ୟ ମହିଳା ମଞ୍ଚ ପରିଚାଳିକା ଅଧ୍ୟାପିକା ସାଗରୀକା ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିବା ବେଳେ ପଶ୍ଚିମ ଓଡିଶା ପର୍ଯ୍ୟବେକ୍ଷକ ତଥା କବି ବିଭୂତି ଭୂଷଣ ବିଶି ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଲବଣେଶ୍ବର ବାରିକଙ୍କ ପୁସ୍ତକ “ଶ୍ରୀଜଗନ୍ନାଥ ସଂସ୍କୃତି” ଏବଂ ସୁରଭି ସାହୁଙ୍କର ପୁସ୍ତକ “ସୁରଭି” (କବିତା ସଂକଳନ ତୃତୀୟ ଭାଗ) ଉନ୍ମୋଚିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମାଟିଲଗ୍ନା ସାହିତ୍ୟ ସଂସଦ ନୂଆପଡ଼ା ଜିଲ୍ଲା ସଂପାଦକ ତିଳ ରାଉତ, କୈଳାସ ଚନ୍ଦ୍ର ବାଗ, ମିତ୍ରଭାନୁ ମେହେର, ଭ୍ରମରବର ବାଗ, ଦେବେନ୍ଦ୍ର ହଂସ, ଭଗବାନ ସିଂହ ମାଝୀ, ବିଭୂତି ଭୂଷଣ ଦାଶ, ଉପେନ୍ଦ୍ର କୁମାର ପାଣିଗ୍ରାହୀ, ମାନିନୀ ମେହେର ସହ ବହୁ ସଂଖ୍ୟାରେ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO