
ପୁରୀ, ସହରବାସୀଙ୍କ ନିମନ୍ତେ ୱାର୍ଡ଼ ୱାରୀ ଦର୍ଶନ ବ୍ୟବସ୍ଥାର ଦ୍ୱିତୀୟ ଦିନରେ ଆଜି ୭ଟା ଠାରୁ ପୂର୍ବାହ୍ନ ସାଢ଼େ ୧୦ଟା ମଧ୍ୟରେ ୧ ନଂ, ୪ ନଂ ୱାର୍ଡ଼ର ଅଧିବାସୀ ଓ ଘରଭଡ଼ାରେ ନେଇ ରହୁଥିବା ଲୋକ ମାନେ ଦର୍ଶନ କରିଛନ୍ତି । ଦିନ ୧୧ଟାରୁ ସାଢ଼େ ୨ଟା ମଧ୍ୟରେ ୫ ନଂ ୱାର୍ଡ଼ର ଅଧିବାସୀ ମାନେ ଦର୍ଶନ କରିଛନ୍ତି । ସେହିପରି ସାଢ଼େ ୩ଟା ଠାରୁ ସଂନ୍ଧ୍ୟା ୭ଟା ମଧ୍ୟରେ ୭ନଂ , ୧୦ ନଂ ୱାର୍ଡ଼ର ଅଧିବାସୀ ମାନେ ଦର୍ଶନ କରିବେ ।
କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ଶ୍ରଦ୍ଧାଳୁ ମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ବ୍ୟାରିକେଡ୍ ରେ ଧାଡିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ସେହିପରି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୩ ତାରିଖ ଠାରୁ ସମସ୍ତ ଭକ୍ତ ଦର୍ଶନର ବ୍ୟବସ୍ଥା କରାଯାଇଛି । ପରିଚୟ ପତ୍ର ଓ କୋଭିଡ଼୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଅମାନିଆଙ୍କ ମନ୍ଦିର ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO