
ଘଟଗାଁ, ନେହେରୁ ଯୁବକେନ୍ଦ୍ର ଯୁବ କାର୍ଯ୍ୟକ୍ରମ ପରାମର୍ଶଦାତା ସମିତିର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଜୟନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଭାଗୃହରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଯୁବ ସଂଯୋଜିକା ଯୋଗଦେଇ ବିବରଣୀ ପ୍ରଦାନ କରି ବର୍ତମାନ ପର୍ଯ୍ୟନ୍ତ ୨୫୦ ଯୁବ କ୍ଲବ ସ୍ଥାପନ କରାଯାଇ ସେଚ୍ଛାସେବୀମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଇଥିବା ସହିତ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ ଜଳ ସଂରକ୍ଷଣ ସଚେତନତା ଅଭିଯାନ ବିପର୍ଯ୍ୟୟ ପ୍ରଶମନ ଫିଟ୍, ଇଣ୍ଡିଆ ଯୁବ ପାର୍ଲିଆମେଣ୍ଟ କୋଭିଡି ଅନୁରୂପ ବ୍ୟବସ୍ଥା ଆଦି ସଂପର୍କରେ ସଚେତନତା କରାଯିବା ସହ ସମସ୍ତ ବ୍ଲକରେ କାର୍ଯ୍ୟକ୍ରମ ଚାଲୁ ରହିଥିବା ପ୍ରକାଶ କରିଥିଲେ ।
ଯୁବ ସଂଯୋଜିକା ବସୁନ୍ଧରା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲା ବ୍ୟାପି କାର୍ଯ୍ୟକ୍ରମ ଜାରି ରହିଛି । ଡିଆରଡିଏର ନିର୍ଦ୍ଦେଶକ ବିରଞ୍ଚିନାରାୟଣ ଆଚାର୍ଯ୍ୟ ଯୋଗଦେଇ ସୁଚିନ୍ତିତ ପରାମର୍ଶ ଦେଇ ନେହେରୁ ଯୁବ କାର୍ଯ୍ୟକ୍ରମକୁ ଆହୁରି ଲୋକାଭିମୁଖି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଆଗାମୀ ବୈଠକରେ ସମସ୍ତ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ତର୍ଯମା କରାଯିବା ପାଇଁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO