
ମାଲକାନଗିରି, ଦୁଇ ଦିନ ଧରି ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବୁଡିଛି କୋରୁକୋଣ୍ଡା ପୋଲ । ବ୍ରିଜ୍ ଉପରେ ୩-୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ଵରେ ବହୁ ଗାଡ଼ିମୋଟର ଅଟକି ରହିଛି । ଶହ ଶହ ସଂଖ୍ୟାରେ ଲୋକେ ଫସି ରହିଛନ୍ତି । ମାଲକାନଗିରି ଓ ବାଲିମେଳା ଭିତରେ କୋରୁକୋଣ୍ଡା ପୋଲ ହିଁ ଲୋକଙ୍କ ଲାଇଫଲାଇନ୍ ଲଗାଣ ବର୍ଷାରେ ବଢ଼ିପାଣି ଆସିଥିବାରୁ କୋରୁକୋଣ୍ଡା ପୋଲ ବୁଡ଼ିଥିବାରୁ ବାଧାପ୍ରାପ୍ତ ହୋଇଛି ଯାତାୟତ । ପରିସ୍ଥିତି ଉପରେ ନଜର ରଖିଛନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ ।