
ବେଲଗୁଣ୍ଠା, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବ୍ଳକ୍ ମିଶନ୍ ଶକ୍ତି ଏବଂ ଜୀବିକା ମିଶନ୍ ଆନୁକୂଲ୍ୟରେ ଏକ ବ୍ୟାଙ୍କ୍ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ମିଶ୍ର ଏବଂ ବ୍ଳକ୍ ମିଶନ୍ ଶକ୍ତି ସଂଯୋଜିକା ମିଲିମା କୁମାରୀ ପଣ୍ଡା ଯୋଗ ଦେଇଥିଲେ I
କାର୍ଯ୍ୟକ୍ରମକୁ ମିଶନ୍ ଶକ୍ତି ବିପିସି ପ୍ରଶାନ୍ତ କୁମାର ନାଇକ, ବିପିଏମ୍ ଚନ୍ଦନ କୁମାର ରାଉତ,ଓଏଲ୍ଏମ୍ ଶ୍ରୀୟଙ୍କା ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଦଳର 110 ଜଣ ସଭ୍ୟା ଯୋଗ ଦେଇଥିବା ବେଳେ ବିଭିନ୍ନ ବ୍ୟାଙ୍କ୍ ଶାଖା ତରଫରୁ ସେମାନଙ୍କୁ 1,35,15,000 ଟଙ୍କା ଋଣ ପ୍ରଦାନ କରାଯାଇଥିଲା I ସମସ୍ତ ଋଣ ଗ୍ରହୀତାଙ୍କୁ ଏହି ଟଙ୍କାକୁ ସଦ୍ ବିନିଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO