କେନ୍ଦ୍ରାପଡ଼ା – ବର୍ଯ୍ୟବସ୍ତୁ ପରିଚାଳନାଗତ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶନିବାର କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା ଅଧ୍ୟକ୍ଷତା କରିଥିଲେ । ୨୦୧୬ ବର୍ଯ୍ୟବସ୍ତୁ ପରିଚାଳନା ଆଇନ୍ ଅନୁଯାୟୀ ଗ୍ରାମାଂଚଳର ବର୍ଯ୍ୟବସ୍ତୁର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ଗ୍ରାମ ପଂଚାୟତ ସ୍ତରୀୟ ବର୍ଯ୍ୟବସ୍ତୁ ପରିଚାଳନା ଉପଦେଷ୍ଟା ମଣ୍ଡଳୀ ମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ବର୍ଯ୍ୟବସ୍ତୁ ପରିଚାଳନାଗତ କମିଟି ମାଧ୍ୟମରେ ଏହାକୁ କାର୍ଯ୍ୟାନୟୋନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଗ୍ରାମାଂଚଳ ଜଳ ଯୋଗାଣ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ଉର୍ମିଳା ମିଶ୍ର, ପାରାଦୀପସ୍ଥିତ ପରିବେଶ ପ୍ରଦୂଷଣ ବିଭାଗର ସହକାରୀ ଯନ୍ତ୍ରୀ ଟ୍ୱିଙ୍କିଲ୍ ମହାନ୍ତି, ଗ୍ରାମାଂଚଳ ଜଳ ଯୋଗାଣ ସଂସ୍ଥାର ଏସ୍ଡିଓ ବିଭୁତି ରଂଜନ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦୀ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି