
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅଧିନ କୋର ପଂଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସିଆର୍ସିସି ମହମ୍ମଦ ଜଲାଲଦ୍ଦିନ୍ ଟି.ଏଲ୍.ଏମ୍ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ହେମନ୍ତ ଜେନା, ପୂର୍ଣ୍ଣଚନ୍ଦ୍ର ପଲାର, ବିମଳ ପ୍ରସାଦ ପରିଡା, କ୍ଷେତ୍ରମଣୀ ଦେଇ, ମୀତା ମଞ୍ଜରୀ ରାଉତ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ ସମୟରେ ଶିକ୍ଷଣ ସାମଗ୍ରୀର ପ୍ରୟୋଗ ବିଧିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ କୋର, ତନାର, ଅସୁରଢିହ, ପାଳକଣା, ତରାଣ୍ଡୋ, ଗଇଦୁଆ ଓ ମିର୍ଜାପୁର ପ୍ରଭୃତି ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି