
ନୂଆପଡ଼ା,ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଥାନା ଛକ ଠାରୁ ଗୁରୁ ନାନକ ଛକ ପ୍ରଯ୍ୟନ୍ତ ଗତ ୧୨ ଦିନ ହେଲା ପ୍ରବଳ ଧୂଳି ଗୁଣ୍ଡ ଉଡି ଯାତାୟତ କରୁଥିବା ମୋଟର ସାଇକେଲ ଓ ବାଇସାଇକେଲ ଆରୋହି ସମେତ ପାଦରେ ଯାତାୟାତ କରୁଥିବା ପଥିକ ମାନଙ୍କ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ପୁଣି ଥାନା ଛକ ଠାରୁ ଗୁରୁ ନାନକ ଛକ ମଧ୍ୟରେ ଥିବା ଦୋକାନୀ ମାନେ ମଧ୍ୟ୍ୟ ଧୂଳିଗୁଣ୍ଡ ଉଡୁଥିବାରୁ ସମସ୍ୟା ଭୋଗୁଥିବା ଗୁରୁ ନାନକ ଛକ ମାରବାଡ଼ି ଧର୍ମଶାଳା ପାଖ ସାମାନା ରେ ଦୋକାନ କରିଥିବା ସୋରେନ ଶର୍ମା ପ୍ରକାଶ କରିଛନ୍ତି ।
ସୂଚନା ଥାଉକି ଗତ ୧୨ ଦିନ ତଳେ ଖଡ଼ିଆଳ ଥାନା ଛକ ଠାରୁ ଗୁରୁ ନାନକ ଛକ ପ୍ରଯ୍ୟନ୍ତ ଆଗରୁ ତିଆରି କରାଯାଇଥିବା ଡିଭାଇଡ଼ର ରାସ୍ତା କୁ ଜେସିବି ଲଗାଇ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ଭାଙ୍ଗି ଦିଆଯାଇଥିବା ସିଂମେଟ ବାଳି ବଡ଼ ବଡ଼ ଖଣ୍ଡ ପଡ଼ିଥିବାରୁ ଏବେ ଯାନବାହନ ଅନବରତ ଚାକୁ ଥିବାରୁ ବର୍ତମାନ ଧୂଳି ଗୁଣ୍ଡ ହୋଇ ଉଡୁଛି । ଯାହାଫଳରେ ଧୂଳିଗୁଣ୍ଡ ଉଡୁଥିବାରୁ ଲୋକ ଅଣ ନିଶ୍ୱାସୀ ହୋଇପଡୁଛନ୍ତି । ଜାତୀୟ ରାଜପଥ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ୩୫୩ ନମ୍ୱର ଜାତୀୟ ରାଜପଥ କୁ ଅବରୋଧ କରିବାକୁ ବାଧ୍ୟ ହେବୁ ବୋଲି ସୁରେନ ଶର୍ମା ଚେତବନି ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO