
ବର୍ତମାନ ବର୍ଷାଦିନ ହୋଇଥିବାରୁ ଏହି ରାସ୍ତା ଦେଇ ଯିବା ଆଦୌ ସମ୍ଭବପର ହୋଇପାରୁ ନାହିଁ । ରାସ୍ତା ସାରା କାଦୁଅ ପଚପଚ । ଏପରି ଅବସ୍ଥାରେ ଖାଲିପାଦରେ ଯିବା ମଧ୍ୟ ସମ୍ଭବପର ନୁହେଁ । ରାତିରେ ଏହି ରାସ୍ତାରେ ଯିବା ଅର୍ଥ ମରଣକୁ ଡ଼ାକିବା । ଏହି ପରି ଅବସ୍ଥାରେ ଗାଁ ଲୋକମାନେ ଯାଆଆସ କରୁଛନ୍ତି । ସବୁ ସାହିକୁ କଂ୍କ୍ରିଟ ରାସ୍ତା ହେଉଛି ବୋଲି ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ ମଙ୍ଗୁଲି ଗାଁ ଅର୍ନ୍ତଗତ ପତି ସାହି ରାସ୍ତାରେ ମୋରମ ମୁଠାଏ ପଡ଼ିପାରୁନାହିଁ । ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ ହେବା ପରେ ଗତ ମାସରେ ପଂଚାୟତ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଆସି ସ୍ଥିତି ଆକଳନ କରି ଫେରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନଥିବାରୁ ଗ୍ରାମବାସୀ ରାସ୍ତା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ,ବିଧାୟକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।