ପୁରୀଜିଲ୍ଲା ଭକ୍ତ ଦାସିଆ ପୀଠ, ବାଲିଗାଁ ଠାରେ ପ୍ରତ୍ୟେକ ମାସ ପରି ଚଳିତ ମାସିକ ସ୍ୱାସ୍ଥ୍ୟ ଶିବିର ରୋଟାରି କ୍ଲବ ଅଫ ଭୁବନେଶ୍ୱର ନର୍ଥ (Rotary Club of Bhubaneswar North )ତରଫରୁ ଅନୁଷ୍ଠିତ ହୋଇଯାଇଛି |ଏହି ପ୍ରୋଜେକ୍ଟ “ନିରୋଗ ” ସ୍ୱାସ୍ଥ୍ୟ ସେବା ରୋଟାରି କ୍ଲବ ଅଫ ଭୁବନେଶ୍ୱର ନର୍ଥର ସଦସ୍ୟ ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା |ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ଏବଂ ଡାକ୍ତର ରବୀନ କର ମିଳିତ ଭାବେ ୧୧୩ ଜଣ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜୟ ପ୍ରକାଶ ମିଶ୍ର, ମମତା ବିଶ୍ୱାଳ, ରୁବି ସାହୁ, ସୁନାରାମ ସିଂ ଯୋଗ ଦେଇଥିଲେ |
ରୋଟାରି କ୍ଲବ ଅଫ ଭୁବନେଶ୍ୱର ନର୍ଥର ସଦସ୍ୟ ପୂର୍ବତନ ସଭାପତି ଅବନୀକାନ୍ତ ପାଟଯୋଶୀ, ସମ୍ପାଦକ ଶରତ କୁମାର ପାତ୍ର,ସଦସ୍ୟ ଇଂ ଉମାକାନ୍ତ ପାଣି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ |ପରିଶେଷରେ ପୂର୍ବତନ ସଭାପତି ଅବନୀକାନ୍ତ ପାଟଯୋଶୀ ଡାକ୍ତର ରବୀନ କରଙ୍କୁ ସଂମ୍ମାନିତ କରିଥିଲେ |