ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ବଡ଼ଡୁମ୍ବୁଳା ଗ୍ରାମ ଶୈବପୀଠରେ ଥିବା ଏକ କୂଅ ଭିତରୁ ଅଗ୍ନିଶମ ଓ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଏକ ଭାଲୁକୁ ଉଦ୍ଧାର କରାଯାଇଛି । ଭାଲୁଟି ଗତକାଲି ବିଳମ୍ବିତ ରାତିରେ ଗାଁ ମଝିକୁ ଚାଲି ଆସିଥିବା ବେଳେ ଅନ୍ଧାରରେ ବାଟବଣା ହୋଇ କୂଅ ଭିତରକୁ ଖସି ପଡିଥିଲା । ଆଜି ସକାଳେ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ବନ ବିଭାଗ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । କୂଅ ଭିତରେ ଯନ୍ତା ପକାଇ ଭାଲୁକୁ ଉଦ୍ଧାର କରିଥିଲେ । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଭାଲୁଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ବୋଲି ରେଞ୍ଜର୍ କାହ୍ନୁଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।