
ଗଞ୍ଜାମ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ବହୁ ଦିନ ପରେ ଫେରାର୍ ପ୍ରେମିକକୁ ଆନ୍ଧ୍ରରୁ କବିସୂର୍ଯ୍ୟନଗର ପୋଲିସ ଗିରଫ କରି ଆଣିବାରେ ସଫଳ ହୋଇଛି । ଲଭ୍, ସେକ୍ସ ଓ ଧୋକା ଦେଇଥିବା ନେଇ ଗୁଜୁରାଟର ପ୍ରେମିକା କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ୍ ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନା ଆଇଆଇସି ପ୍ରଭାତ କୁମାର ସାହୁ ।
ଅଭିଯୋଗ ଅନୁଯାୟୀ, କବିସୂର୍ଯ୍ୟନଗର ଅଂଚଳର ଅମରେନ୍ଦ୍ର କରଣ ଗୁଜୁରାଟରେ କାମ କରୁଥିଲେ । ସେତେବେଳେ ସେ ସେଠାକାର ଜଣେ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ । ପରେ ଝିଅଟିକୁ ଧୋକ୍କା ଦେଇ ପ୍ରତାରଣା ପରେ ଗୁଜୁରାଟରୁ ଗାଁକୁ ଫେରି ଆସିଥିଲେ । ଅମରେନ୍ଦ୍ରର ଅନ୍ୟତ୍ର ବିବାହ ଠିକ୍ ହୋଇଥିବା ଶୁଣିବା ପରେ ଗୁଜୁରାଟରୁ ପ୍ରେମିକା ଆସି କବିସୂର୍ଯ୍ୟନଗର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା । କିଛି ଦିନ ହେଲା ଅମରେନ୍ଦ୍ର ଚମ୍ପଟ୍ ହୋଇଯାଇଥିଲେ ମଧ୍ୟ ପୋଲିସ ଆନ୍ଧ୍ରରୁ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗତକାଲି ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ପୋଲିସ ଆଜି ତାକୁ କୋର୍ଟରେ ହାଜର କରିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO