-
କ୍ରାଇମବ୍ରାଂଚକୁ ହସ୍ତାନ୍ତର ପରେ ମୃତ ସୌମ୍ୟଙ୍କ ବଡ଼ ଭାଇଙ୍କ ପ୍ରତିକ୍ରିୟା
-
ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ସମ୍ପୂର୍ଣ୍ଣ ଦାୟୀ

ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା କ୍ରାଇମବ୍ରାଂଚକୁ ହସ୍ତାନ୍ତର ପରେ ମୃତ ସୌମ୍ୟଙ୍କ ବଡ଼ ଭାଇ ଏନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ସମ୍ପୂର୍ଣ୍ଣ ଦାୟୀ । ସେମାନଙ୍କୁ ନିଜ ହେପାଜତକୁ ନେଇ କ୍ରାଇମବାଂଚ ପଚରା ଉଚରା କରୁ । ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଗୁରୁଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ନିଲମ୍ବନ କରାନଯିବା ପର୍ଯ୍ୟନ୍ତ କିଛି ତଥ୍ୟ ମିଳିବନି । ଘଟଣା ଦିନ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଘରେ ଥିଲେ । ଏତେ ବଡ଼ ଅଘଟଣ ଘଟିଗଲା, ସ୍ତ୍ରୀ ବିଦ୍ୟାଭାରତୀ ଜାଣିପାରିଲେନି କିପରି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସୌମ୍ୟଙ୍କ ଶରୀରର ୯୫ ପ୍ରତିଶତ ପୋଡି ତାଙ୍କର ମୃତ୍ୟୁ ଘଟିଥିଲା । ଯଦି ୯୫ ପ୍ରତିଶତ ପୋଡିଗଲେ ତାହାଲେ ପତ୍ନୀ ବଚାଂଇଲେନି କିମ୍ବା ସହଯୋଗ କଲେନି କାହିଁକି ।
ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ମୋ ଭାଇ ସୌମ୍ୟ ମାତ୍ର ବର୍ଷକ ତଳେ ନିଆଁ ଲିଭାଇବା ପାଇଁ ଏସିଏଫ ଟ୍ରେନିଂ ନେଇଥିଲା । ସେ କଣ ଏତେ ଶୀଘ୍ର ଭୁଲିଗଲା ଓ ନିଜକୁ ବଚାଂଇବାକୁ ଚେଷ୍ଟା ବି କଲାନି । ରାତି ୯ଟାର ଘଟଣା, କାହିଁକି ସାଢ଼େ ୧୨ଟା ଯାଏଁ ପାରଳାଖେମୁଣ୍ଡିରେ ରହିଲେ । ଗୁରୁତର ଥିବା ସତ୍ୱେ କାହିଁକି ତାଙ୍କୁ ଭାଇଜାଗ ପଠାଗଲାନି ।ଏଠାରେ ଉଲ୍ଲେଖଯୋଗ୍ୟ, ଜୁଲାଇ ୧୨ ତାରିଖ ରାତିରେ ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO