
ସମ୍ବଲପୁର, ବୁର୍ଲା ଭୀମସାରରେ ୨ ଶିଶୁ କରୋନା ପଜିଟିଭ୍ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଭୀମସାର ଅଧିକ୍ଷକ ଡା. ଲାଲମୋହନ ନାୟକ ।ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ତନ୍ମଧ୍ୟରେ ଜଣେ ୮ ମାସର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ ରହିଛି । ଅସୁସ୍ଥତା ଯୋଗୁଁ ସେମାନେ ମେଡିକାଲରେ ଭର୍ତି ହୋଇଥିଲେ । ଉଭୟଙ୍କ ଆଂଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ପଜିଟିଭ୍ ଚିହ୍ନଟ ପରେ ଭୀମସାର କୋଭିଡ଼୍ -୨ରେ ଦୁହିଁଙ୍କ ଚିକିତ୍ସା ଜାରୀ ରହିଛି ।