ଭବାନୀପାଟଣା, କୋଭିଡ଼୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ଆଜି ସକାଳ ଠାରୁ ଖୋଲିଛି କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଦେବୀ ପୀଠ ଭବାନୀପାଟଣାସ୍ଥିତ ମା ମାଣିକେଶ୍ୱରୀଙ୍କ ମନ୍ଦିର । ଶ୍ରଦ୍ଧାଳୁ ମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ମାଙ୍କ ଦର୍ଶନ କରୁଛନ୍ତି । ତେବେ ମନ୍ଦିର ମଧ୍ୟକୁ ଧୂପ, ଦୀପ, ଫୁଲ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ନେବାକୁ ବାରଣ କରାଯାଇଛି । ସେହିପରି ମନ୍ଦିର ଭିତରେ କୌଣସି ପାଶ୍ୱର୍ ଦେବାଦେବୀଙ୍କୁ ମଧ୍ୟ ଛୁଇଁପାରିବେ ନାହିଁ ଭକ୍ତ ।