ଭଦ୍ରକ- ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ରସାୟନ ବିଭାଗ ପକ୍ଷରୁ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଏମ୍. କୁ୍ୟରୋ ନିଦ୍ର୍ଧେଶକ ତଥା ବିଶିଷ୍ଟ ଗବେଷକ ଡ. ଜି.ସି. ମାଇକେପ୍ ମୁଖ୍ୟଅତିଥି ଭାବେ େଯାଗଦେଇ କର୍ମଶାଳା ସଂପର୍କିତ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ରସାୟନ ବିଭାଗର ଛାତ୍ରଛାତ୍ରୀମାନେ କିଭଳି ବିଭିନ୍ନ ମେଡିସିନ୍ କଂପାନୀରେ ଚାକିରୀ କରି ନିଜର ଭବିଷ୍ୟତ ଉଜ୍ଜ୍ବଳ କରିବା ସହିତ ଓଡ଼ିଶା ଓ ଦେଶର ସୁନାମ ଅର୍ଜନ କରିପାରିବେ ସେ ସଂପର୍କରେ ଉପସ୍ଥିତ ବକ୍ତାମାନେ ସେମାନଙ୍କୁ ସୂଚାଇଥିଲେ। ଏହି କର୍ମଶାଳାକୁ କଲେଜ ପରିଚାଳନା କମିଟିର ଚେୟାରମେନ୍ ଡ. ଦେବେନ୍ଦ୍ର କୁମାର ରାଉତ ଓ ଅଧ୍ଯକ୍ଷ ପ୍ରସନ୍ନ କୁମାର ବିଶ୍ବାଳ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ଡ. ପଦ୍ମନାଭ ପତ୍ରୀ ଏହି କର୍ମଶାଳାରେ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ଏହି ଅବସରରେ ରସାୟନ ବିଭାଗର ଅଧ୍ଯାପକ ଲକ୍ଷ୍ମୀକାନ୍ତ ନାୟକ ସହେଯାଗ କରିଥିଲେ। ଶେଷରେ ରସାୟନ ବିଭାଗର ଅଧ୍ଯାପକ ଡ. ସ୍ବପ୍ନା ସରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 28, 2024