
ନୂଆପଡ଼ା :ଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଉ ମାସେ ରହିଲା । ଏବେ ଦାଦନ ଶ୍ରମିକ ଦଲାଲ ମାନେ ସକ୍ରିୟ ହେବା ଆରମ୍ବ କଲେଣି । ନୂଆଁଖାଇ ପଶ୍ଚିମ ଓଡିଶାର ବଡ଼ପର୍ବ । ସମସ୍ତେ ଏହି ପର୍ବକୁ ଧୁମଧାମରେ ମାନିବା ପାଇଁ ନୂଆ କପଡା ସହିତ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଟଙ୍କାର ଆବଶ୍ୟକତା ପଡିଥାଏ । ଏହାର ଫାଇଦା ନେବା ପାଇଁ ଦାଦନ ଦଲାଲ ମାନେ ଶ୍ରମିକ ମାନଙ୍କୁ ଆଗତୁରା ବାଇନା ଦେବା ଆରମ୍ଭ କଲେଣି । କୃଷି ଭିତ୍ତିକ ଗଣପର୍ବରେ ପାରିବାରିକ ଖର୍ଚ୍ଚ ଢେର ବଢ଼ୁଥିବାରୁ ଦଲାଲ ମାନେ ଲୋକଙ୍କୁ ମୋଟା ଅଙ୍କର ବାଇନା ଦେଇ ଦାଦନ ଯିବା ପାଇଁ କହିଥାନ୍ତି ।
ନୂଆଁଖାଇ ପରେ ବାଇନା ନେଇଥିବା ଶ୍ରମିକ ମାନେ ଦାଦନ ଖାଟି ଯିବା ପାଇଁ ବାଧ୍ୟ ହୋଇଥାନ୍ତି । ପ୍ରତିବର୍ଷ ଏ ଅଞ୍ଚଳରୁ ହଜାର ହଜାର ଶ୍ରମିକ ଚାଲାଣ ହୋଇଥାଏ । ରାୟପୁର, ଭିଳାଇ, ମଧ୍ୟପ୍ରଦେଶ, ନାଗପୁର , ଆନ୍ଦ୍ରପ୍ରଦେଶ, ବିଶାଖାପାଟଣା, ଆସାମ ଦିଲ୍ଲୀ , ମୁମ୍ବାଇ ଅଞ୍ଚଳକୁ ଯାଇଥାନ୍ତି । ଅନେକ ଦାଦନ ଶ୍ରମିକ ବିଭିନ୍ନ ରୋଗରେ ପଡି ମୃତ୍ୟୁ ବରଣ କରିଥାନ୍ତି । ବାପା ମାଁ ଙ୍କ ସହିତ ଯାଉଥିବା ଶିଶୁ ମାନେ ପାଠପଢାରେ ଡୋରି ବନ୍ଧା ହୋଇଥାଏ । ମାଲିକ ମାନଙ୍କ ଅକଥନୀୟ ଅତ୍ୟାଚାର ଶିକାର ମଧ୍ୟ ହୋଇଥାନ୍ତି । ତା ସ୍ୱତେ ଦାଦନ ଶ୍ରମିକ ଦଲାଲ ମାନଙ୍କ ଫାନ୍ଦରେ ପଡି ଶ୍ରମିକ ମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟୋଚିତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO