ଭଦ୍ରକ – ଏହି ଜିଲାର ବନ୍ତ ରାମଚନ୍ଦ୍ରପୁର ଗ୍ରାମର ଅସହାୟ ପୂର୍ଣ୍ଣିମା ନାୟକଙ୍କୁ ଦୀର୍ଘ ୧୫ ବର୍ଷ ପରେ ପ୍ରଶାସନିକ ସହାୟତା ମିଳିଛି। ଏଠାରେ ସୂଚନାେଯାଗ୍ୟ ପୂର୍ଣ୍ଣିମା ନାୟକ ଦୀର୍ଘ ୧୫ ବର୍ଷ ଧରି ନିଜର ଅସୁସ୍ଥତା ନେଇ ଦୀର୍ଘ ୧୫ ବର୍ଷ ଧରି ଶୋଇ ରହିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ କେବଳ ମାସିକ ୩ଶହ ଟଙ୍କା ଭା ଓ ୧୦ କେଜି ଅନ୍ନପୂର୍ଣ୍ଣା ଚାଉଳ େଯାଗାଇ ଦିଆଯାଇଥିଲା। ତେବେ ଏହି ଖବର ବିଭିନ୍ନ ଗଣମାଧ୍ଯମରେ ବାରମ୍ବାର ପ୍ରକାଶ ପାଇବା ପରେ ଦୀର୍ଘ ୧୫ ବର୍ଷ ପରେ ଜିଲାପାଳଙ୍କ ନିଦ୍ର୍ଧେଶ କ୍ରମେ ପ୍ରଶାସନିକ ତପôରତା ପ୍ରକାଶ ପାଇଛି। ଜିଲାପାଳ ଜ୍ଞାନ ଦାସଙ୍କ ନିଦ୍ର୍ଧେଶ କ୍ରମେ ବିଡିଓ ରେବେକା ବିଲଙ୍ଗ ଓ ସାମାଜିକ କଲ୍ୟାଣ ଭାରପ୍ରାପ୍ତ ଅଧିକାରୀ ନିଶାକର ଖୁିଆ ତାଙ୍କ ଘରକୁ ଆସି ମୁଖ୍ୟମନ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଯାହାକି ସମ୍ରୁଦକୁ ଶେଙ୍ଖ ସଦୃଶ ଅଟେ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ତେବେ ପୂର୍ଣ୍ଣିମାକୁ େଯତେବେଳେ ୨୦ ବର୍ଷ ବୟସ ସେତେବେଳେ ତାଙ୍କ ବାପା ତାଙ୍କୁ ବିବାହ ଦେଇଥିଲେ। ସ୍ବାମୀ-ସ୍ତ୍ରୀଙ୍କ ସଂପର୍କ ଠିକ୍ ନରହିବାରୁ ବିବାହର ବର୍ଷେ ପରେ ସେ ନିଜ ବାପଘରକୁ ଆସି ରହୁଥିଲେ। ଇତିମଧ୍ଯରେ ତାଙ୍କ ପିତା-ମାତାଙ୍କର ମୃତୁ୍ୟ ଘଟିସାରିଥିବାବେଳେ ଭାଇମାନେ ଆର୍ଥିକ ଅନାଟନ ମଧ୍ଯରେ ରହି ପୂର୍ଣ୍ଣିମାକୁ ନିଜ ଘରେ ଆଶ୍ରୟ ଦେଇ ସେବା ଶ୍ରୁଶୁଷା କରିଆସୁଛନ୍ତି। ପୂର୍ଣ୍ଣିମାର ଗୋଟିଏ ଭାଇ ମୂଲ ଲାଗୁଥିବା ବେଳେ ଆଉ ଜଣେ ଭାଇ ଜଜମାନ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ନିଜ ରୋଜଗାରରେ ନିଜ ପରିବାରକୁ ସେ ଚଳାଇ ପାରୁନଥିବାବେଳେ ପୂର୍ଣ୍ଣିମା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ୨୦୦୩ ମସିହାରେ ପୂର୍ଣ୍ଣିମାକୁ ଆଣ୍ଠୁ ଗଣ୍ଠି ଧଇଲା। କ୍ରମେ ସେ ଆଉ ଚଲାବୁଲା କରିପାରିଲେ ନାହó। ଆର୍ଥିକ ଅନାଟନ ଥିବାରୁ ଉପଯୁକ୍ତ ଚିକିସôା ଅନ୍ତରାୟ ସୃଷ୍ଟି କଲା। ତେବେ ପ୍ରାଥମିକ ଚିକିସôା ପରେ ଆଜକୁ ୧୫ ବର୍ଷ ଧରି ସେ ଶଯ୍ୟାଶାୟୀ ରହି ନିଜ ଭାଗ୍ୟକୁ ନିନ୍ଦି ଆସୁଛନ୍ତି। ଦୀର୍ଘ ୧୫ ବର୍ଷ ଧରି ସେ କେବଳ ଶୋଇରହି କଷ୍ଟ ଓ ଯନ୍ରଣା ଅନୁଭବ କରିଆସୁଛନ୍ତି। ଦିନକୁ ଦିନ ତାଙ୍କ ହାତଗୋଡ ସବୁ ବଙ୍କା ହୋଇଯାଉଛି। କିନ୍ତୁ ସେ ନିଜ ନିତ୍ୟକର୍ମ ସୂଚାରୁ ରୂପେ କରିବା ପାଇଁ ସରକାରଙ୍କ ଠାରୁ ଏକ ଟ୍ରାଇ ସାଇକେଲଟିଏ ମଧ୍ଯ ପାଇପାରିଲେ ନାହó। ଯଦି ତାଙ୍କୁ ଉନ୍ନତ ଚିକିସôା େଯାଗାଇ ଦିଆଯାଇପାରନ୍ତା, ତେବେ ସେ ନୂତନ ଜନ୍ମ ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Related Stories
November 28, 2024