
ଗଞ୍ଜାମ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲର ଡାଟା ଏଂଟ୍ରି ଅପରେଟର ମାନେ ୬ ମାସର ଦରମା ପାଇନଥିବା ସହ ବହୁବିଦ୍ଧ ସମସ୍ୟା ନେଇ ଆଜି କଲେଜ ସୁପରଟେଣ୍ଡେଂଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ସେଠାରେ ଧାରଣା ଦେଇଛନ୍ତି । ଆନ୍ଦୋଳନକାରୀ ମାନେ ଏ ସମ୍ବଳିତ ଏକ ଦାବି ପତ୍ର ସୁପରଟେଣ୍ଡେଂଟଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ଦାବି ପୂରଣ ନହେଲେ ଓପିଡ଼ି ଡାଟା ଏଂଟ୍ରି କାର୍ଯ୍ୟକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସୁପରଟେଣ୍ଡେଂଟ ଡା. ସନ୍ତୋଷ କୁମାର ମିଶ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।