-
ପୋଲିସ- ଆନ୍ଦୋଳନକାରୀ ମୁହାଁମୁହିଁ
-
୧୬ ପ୍ଲାଟୁନ୍ ଫୋର୍ସ ମୁତୟନ

ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଜାରୀ ରହିଥିବା ବେଳେ ରାଜକନିକା ବ୍ଲକର ଭାରିଗଦା ଠାରେ ଆଜି ପୋଲିସ ଓ ପ୍ରକଳ୍ପ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଉତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆନ୍ଦୋଳନକାରୀ ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଛି । ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କମ୍ପାନୀ ଯନ୍ତ୍ରାଶଂ ସହିତ ଆମ୍ବୁଲାନ୍ସ ଓ କାର୍ଯ୍ୟରେ ବ୍ୟବହୃତ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।
ପ୍ରକାଶ ଥାଉକି, ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ରାଜକନିକା ବ୍ଲକର ବାଳକାଟି, ବରୁଣାଡ଼ିହା ଓ ଭାରିଗଦା ପଚାଂୟତରେ ୧୦ ତାରିଖ ସକାଳ ଠାରୁ ୧୪୪ ଧାରା ବଳବତର ରହିଛି । ପ୍ରକଳ୍ପ ସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ଏହା ସତ୍ୱେ ଆଜି ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ସେଠାରେ ଏକାଠି ହୋଇ ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO