
ନୂଆପଡ଼ା, ଆର୍ଯ୍ୟମାନଙ୍କ ତୀର୍ଥସ୍ଥାନ ଆମ୍ବସେନା ଗ୍ରାମରେ ଅବସ୍ଥିତ ଗୁରୁକୁଳ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଧର୍ମାନନ୍ଦ ସରସ୍ୱତୀଙ୍କ 60 ତମ ନୈଷ୍ଟିକ ଦୀକ୍ଷା ଦିବସ ଅବସରରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଠାରେ ଗୁରୁକୁଳ ଆଚାର୍ଯ୍ୟ ଡକ୍ଟର ଭରତାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୁଷ୍ମାନ ମହାଯଜ୍ଞ ଆଚାର୍ଯ୍ୟ ମନୁଦେବଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ସମାପ୍ତ ହେବା ପରେ ଆଶୀର୍ବାଦ ସମାରୋହର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ସମାରୋହରେ ଉପସ୍ଥିତ ଅତିଥିମାନେ ବ୍ରହ୍ମଚାରୀ, ବ୍ରହ୍ମଚାରିଣୀ ଏବଂ ଗୁରୁକୁଳରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରିବା ବେଳେ କହିଥିଲେ ଯେ, ଆମେ ସ୍ୱାମୀ ଧର୍ମାନନ୍ଦ ସରସ୍ୱତୀଙ୍କ ଆଦର୍ଶକୁ ଅନୁସରଣ କରିବା ଏବଂ ପ୍ରାଚୀନ ଗୁରୁକୁଳିଆ ଶିକ୍ଷା ଗ୍ରହଣ କରିବା ଉଚିତ୍ । କାରଣ ଏହି ଶିକ୍ଷା ବ୍ୟବସ୍ଥାରେ ଆମକୁ ବେଦ, ଧର୍ମ ଏବଂ ଭାରତୀୟ ସଂସ୍କୃତି ବିଷୟରେ ଶିକ୍ଷା ଦିଆଯାଏ । ସମାଜ ତଥା ଦେଶ ପାଇଁ ସେମାନଙ୍କର ଦାୟିତ୍ୱ ତୁଲାଇବାକୁ ଅତିଥିମାନେ କହିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO