
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ପରିସରରେ ଜଣେ ମହିଳା ଆଇନଜୀବୀଙ୍କୁ ପ୍ରତିପକ୍ଷ ମହକିଲ ଆକ୍ରମଣ କରିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓକିଲ ସଂଘ ପକ୍ଷରୁ ଥାନା ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ମହିଳା ଆଇନଜୀବୀ ଅପର୍ଣ୍ଣା ଦେବୀ ଗୌଡ ଗତ ସୋମବାର ଦିନ ବାର ପରିସରରେ ବସିଥିବା ବେଳେ ପ୍ରତିପକ୍ଷ ମହକିଲ ଜଣେ ମହିଳା ଅପର୍ଣ୍ଣା ଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା।
ଏ ସମ୍ପର୍କରେ ଅପର୍ଣ୍ଣା ଓକିଲ ସଂଘକୁ ଜଣାଇବା ପରେ ସଂଘ ପକ୍ଷରୁ ବୈଠକ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଥାନା ସାମ୍ନାରେ ଧାରଣା ଦେବା ସହ ହୋହାଲ୍ଲା କରିଥିଲେ। ଘଟଣାସ୍ଥଳରେ ଏଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପହଞ୍ଚି ଓକିଲ ମାନଙ୍କୁ ବୁଝାସୁଝା କରିବା ସହ ମାମଲା ରୁଜୁ କରିଥିଲେ। ଶୀଘ୍ର ଅଭିଯୁକ୍ତକୁ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆଇନଜୀବୀ ମାନେ ଧାରଣାରେ ହଟିଥିଲେ।
ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ…
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO