
-
ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ମହାମହିମ ରାଜ୍ୟପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ
ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ପୁରୀ ଜିଲ୍ଲପାଳ ଙ୍କ ଜରିଆରେ ଓଡ଼ିଶା ମହାମହିମ ରାଜ୍ୟପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |ଓଡିଶାରେ ଅନୁସୂଚୀତ ଜାତିର ଲୋକମାନଙ୍କ ଉପରେ ବିଜେଡି କର୍ମୀ ଓ ନେତାମାନଙ୍କ ଦ୍ଵାରା ଅତ୍ୟାଚାର, ନିର୍ଦ୍ଦିଷ୍ଟ ଭାବରେ ପୋଲିସ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଏଫଆଇଆର ନରଖିବା,
ଏସପିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ମଧ୍ୟ ପୋଲିସର କାହାକୁ ଗିରଫ୍ ନକରିବା ବରଂ ଅପରାଧୀମାନଙ୍କୁ ଘଣ୍ଟ ଘୋଡାଇବା ଓ ବ୍ଲକର ବିଭିନ୍ନ ଜନହିତକର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ପ୍ରତିବାଦ ଓ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ |