
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶକ ଧର୍ମେଶ ମେହେର ଆଉ ଗୋଟିଏ ବଡ଼ ସଫଳତା ଅର୍ଜନ କରଛନ୍ତି । ସେ ଏକ ବଡ ରିଆଲିଟି ଟିଭି ଶୋ ରେ ବେଷ୍ଟ ଟେଲେଣ୍ଟ ଅଫ ଇଣ୍ଡିଆରେ ଭାଗ ନେଇ ସେଲେକ୍ଟ ହୋଇଛନ୍ତି । ତାଙ୍କ ସହିତ ତାଙ୍କର ତିନି ଗୋଟି ଛାତ୍ର ମାନେ ମଧ୍ୟ ସେଲେକ୍ଟ ହୋଇଛନ୍ତି ।
ଏହି ରିଆଲିଟି ଶୋ ଜି ଟିଭି ଚେନାଲରେ ପ୍ରସାରିତ ହେବ । ଧର୍ମେଶ ଡ଼୍ୟାନ୍ସ ଏକାଡେମୀରୁ ଚାରି ଜଣ ଗତ 8/08/2021 ରେ ଭିଡ଼ିଓ ଅଡିସନ ମାଧ୍ୟମରେ ସେଲେକ୍ଟ ହୋଇ ଟିଭି ରାଉଣ୍ଡ ଅଡିସନ ପାଇଁ ଗ୍ବାଲିୟରକୁ ଯାଇଥିଲେ । ସେଠାରେ ଧର୍ମେଶ ମେହେର ଆଉ ତାଙ୍କ ଛାତ୍ର ମମତା ସୁବୁଦ୍ଧି (44) ସେ ସୁପର ମମ କେଟାଗୋରୀ ରେ ସେଲେକ୍ଟ ହୋଇଛନ୍ତି । ସେମାନେ ଆସନ୍ତା ରାଉଣ୍ଡ ପାଇଁ ସେଲେକ୍ଟ ହୋଇଛନ୍ତି । କିଛି ଦିନ ଭିତରେ ତାଙ୍କର ମେଗା ରାଉଣ୍ଡ ପାଇଁ ପୁଣି ଥରେ ଗ୍ବାଲିୟର ଯିବେ ବୋଲି ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO