-
ଛାତ୍ର ଛାତ୍ରୀ ଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜୋରଦାର କରିବ -ଛାତ୍ର କଂଗ୍ରେସ
ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ କଲେଜ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ୫ଦଫା ଦାବି ପତ୍ର ପ୍ରଦାନ କରାଯାଇଛି |ଉଲ୍ଲେଖ ଯୋଗ୍ୟ ପୁରୀ ସହର ର ଏ.ସି.ଏସ କଲେଜ, ସୁରଜମଲ ସାହା କଲେଜ, ପ୍ରାଇଭେଟ ଓ଼ମେନ୍ସ କଲେଜ, ସରକାରୀ ମହିଳା କଲେଜ, ପୁରୀ ଆଇ.ଟି.ଆଇ ସ୍କୁଲ ର ଅନେକ ଛାତ୍ର ଛାତ୍ରୀ କଲେଜ ଖୋଲିବା ଠାରୁ କଲେଜ ଆସୁଛନ୍ତି ନିଜ ଭିତରେ ମିଶା ମିଶି ବୁଲାବୁଲି କରୁଛନ୍ତି | ସମସ୍ତ କଲେଜ ରେ କରୋନା କୁ ଆଖି ନଜରରେ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ପାଇଁ ପ୍ରଶାସନ କି ସରକାର ତତ୍ପର ନାହାନ୍ତି | ଆଜି ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ଆଖିନଜର ରେ ରଖି ଛାତ୍ର କଂଗ୍ରେସ ହକ ପାଇଁ ସୁରକ୍ଷା ପାଇବା ପାଇଁ ଜୀବନ ପାଇଁ ଲଢେଇ କରୁଅଛି | ଛାତ୍ର କଂଗ୍ରେସ ଆଜି ଛାତ୍ର ଛାତ୍ରୀ ଙ୍କ ପାଇଁ ସୁରକ୍ଷା ଓ ମହାବିଦ୍ୟାଳୟ ଗୁଡିକର କିଛି ସମସ୍ୟା କୁ ନେଇ ୫ଦଫା ଦାବି ପତ୍ର ପ୍ରଦାନ କରିଛି |
ଦାବି ଗୁଡିକ :-
୧/ ପ୍ରତ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ମେନ ଗେଟ ରେ ସାନିଟାଇଜର ର ବ୍ୟବସ୍ଥା କରାଯାଉ | ଛାତ୍ରଛାତ୍ରୀ ଙ୍କ ଦେହ ର ତାପମତ୍ରା ଟେଷ୍ଟ କରାଯାଇ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ପ୍ରବେଶ କରାଯାଉ | ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ସମସ୍ତ ଶ୍ରେଣୀ କକ୍ଷକୁ ସପ୍ତାହକୁ ୨ଥର ସାନିଟାଈଜ କରାଯାଉ | ଏହା ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ନିମନ୍ତେ |
୨/ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଶୌଚ ହେବ ପାଇଁ ଯଥେଷ୍ଟ ପରିମାଣ ର ବ୍ୟବସ୍ଥା ନଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଇନଫେକ୍ସନ ବଢିବା ଏହା ଉପରେ ନଜର ରଖି ତୁରନ୍ତ ଜ଼ିଲ୍ଲାପାଳ ଓ ସରକାର ତତତ୍ପରତା ର ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଅଧିକରୁ ଅଧିକ ଶୌଚାଳୟ ର ବ୍ୟବସ୍ଥା କରନ୍ତୁ |
୩/ ପ୍ରତ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା ନଥିବା ବେଳେ ଏହା କୁ ନଜର ଦେଇ, ପ୍ରତ୍ୟକ ସ୍କୁଲ ଓ କଲେଜ ରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନିମନ୍ତେ ଆର.ଓ ପ୍ଲାଣ୍ଟ ବସାଯାଉ |
୪/ ପ୍ରତ୍ୟକ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଅଭାବ ରହିଛି | ଏହାକୁ ନଜର ଦେଇ ସ୍ବତନ୍ତ୍ର ରୂପେ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ଦିଆଯାଉ |
୫/ ପୁରୀ ଏ.ସି.ଏସ ମହାବିଦ୍ୟାଳୟ ର ୨ଟି ପୁରାତନ ହଷ୍ଟେଲ ଯଥା ପଥରପୁରୀ ହଷ୍ଟେଲ ଓ ସୁକନ୍ୟା ହଷ୍ଟେଲ ର ପୁନଃଉଦ୍ଧାର କରାଯାଉ | ଏହା ସହ ଅନ୍ୟ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଅଧିକରୁ ଅଧିକ ହଷ୍ଟେଲ ପ୍ରସ୍ତୁତ କରାଯାଉ |
ଏହି ୫ଦଫା ଦାବିପତ୍ର କୁ ଯଥା ସମ୍ଭବ ନଜର ଦେଇ ଛାତ୍ର ଛାତ୍ରୀ ଙ୍କ କରୋନା କାଳରେ ସୁରକ୍ଷା ତଥା ସମସ୍ତ ହକ କୁ ଜ଼ିଲ୍ଲାପ୍ରଶାସନ ହୃଦୟଗମ କରି ତୁରନ୍ତ ପଦକ୍ଷପ ନିଆଯାଉ | ଯଦି ଛାତ୍ରଛାତ୍ରୀ ଙ୍କ ପ୍ରଥମ ୭ଦିନ ମଧ୍ୟରେ କରୋନା ସୁରକ୍ଷା ନିମନ୍ତେ ଜ଼ିଲ୍ଲାପ୍ରଶାସନ ପଦକ୍ଷପ ନ-ନିୟନ୍ତି ତେବେ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଆନ୍ଦୋଳନ ଜୋରଦାର କରିବ ଛାତ୍ର କଂଗ୍ରେସ |ଏହି ଛାତ୍ର ଆକ୍ରୋଶ ରାଲି ରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ, ଯୁବନେତା ଆଲୋକ କୁମାର ଦାଶ ଓ ଜ଼ିଲ୍ଲା ଛାତ୍ର କଂଗ୍ରେସ ନେତା ଆଶୁତୋଷ ମିଶ୍ର, ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ପ୍ରଭାରୀ ସୋମ୍ୟରଞ୍ଜନ ବରାଳ, ବସ୍ତି ଯୁବନେତା ମନୋଜ ମଣ୍ଡଳ, ବସ୍ତି ଛାତ୍ର ନେତା ଅନିଲ ବେଜ ଙ୍କ ନେତୃତ୍ୱ ରେ ରୀଶାନ ଦାଶ, ଆଗଷ୍ଟିନ ଜୋସେଫ, ଯୁବରାଜ ସିଂ, ହିଫଜୁଲ ରେହମାନ, ଛାତ୍ର କଂଗ୍ରେସ ନେତ୍ରୀ ପୂଜା ରାଣୀ ପଣ୍ଡା, ସୋନାଲି ତ୍ରିପାଠୀ, ମୋନାଲିଶା, ପାୟାଲ ପଟ୍ଟନାୟକ ଙ୍କ ସହ ଶତାଧିକ ଛାତ୍ର କଂଗ୍ରେସ ର ସଦସ୍ୟ ଜ଼ିଲ୍ଲାପାଳ ଅଫିସ ଯାଇ ୫ଦଫା ଦାବିପତ୍ର ପ୍ରଦାନ କରିବା ସହ ୭ଦିନରେ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଉପରେ ପ୍ରଶାସନ ଓ ସରକାର ଧ୍ୟାନ ଦେବାକୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |