
-
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି ହୋଇଛି ନୂତନ ନିୟମାବଳି,
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଜାରି ହୋଇଛି ନୂତନ ନିୟମାବଳି |ଅଗଷ୍ଟ ୧୨ ଏବଂ ୧୩ ଦୁଇଦିନ ସେବାୟତ ଓ ପରିବାର ସଦସ୍ୟ କରିପାରିବେ ଶ୍ରୀଜିଉଙ୍କୁ ଦର୍ଶନ |ସେହିପରି ଅଗଷ୍ଟ ୧୬ ରୁ ୨୦ ପର୍ଯ୍ୟନ୍ତ ପାଞ୍ଚଦିନ ପୁରୀ ସହରବାସୀ କରିପାରିବେ ମହାପ୍ରଭୁଙ୍କ ଦର୍ଶନ | ଅଗଷ୍ଟ ୨୩ ପରଠାରୁ ଚାରି ସପ୍ତାହ ପର୍ଯ୍ୟନ୍ତ କରୋନା କଟକଣା ପାଳନ କରି ୯୬ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ କିମ୍ବା ୨ ଟି ଡୋଜ ଟିକା ନେଇଥିବା ଶ୍ରଦ୍ଧାଳୁ କରିପାରିବେ ଦର୍ଶନ |
ଏଥିସହିତ ଦର୍ଶନ ସମୟରେ କୌଣସି ମୂର୍ତ୍ତିକୁ ସ୍ପର୍ଶ କରିବେ ନାହିଁ ଏବଂ ଶ୍ରୀମନ୍ଦିର ଭିତରକୁ ଫୁଲ, ଭୋଗ ନେଇ ଯାଇପାରିବିନି ଶ୍ରଦ୍ଧାଳୁ | ଶ୍ରୀମନ୍ଦିର ଭିତରେ ଦୀପ ଜାଳିଵା ଉପରେ ଲାଗିଛି କଟକଣା |ସେହିପରି କଟକଣା ଭିତରେ ଅଭଡ଼ା ପାର୍ସଲ କରି ଘରକୁ ଆଣିପାରିବେ ଶ୍ରଦ୍ଧାଳୁ କିନ୍ତୁ ଆନନ୍ଦ ବଜାରରେ ବସି ଖାଇପାରିବେ ନାହିଁ |ନିୟମାବଳୀ ଅନୁସାରେ ସକାଳ ୭ ଘଂଟିକା ରୁ ସନ୍ଧ୍ୟା ୭ ଘଂଟିକା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ |ସାନିଟାଈଜ଼ କରି ,ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରଖି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତମାନେ କରିପାରିବେ ଦର୍ଶନ |