
ବେଲଗୁଣ୍ଠା, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ନେଇ ମଙ୍ଗଳବାର ଦିନ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିବା ପରେ ପଞ୍ଚାୟତ ସ୍ତରରେ ବିଜେଡ଼ି କର୍ମୀମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତର ବିଜେଡ଼ି କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଆଗାମୀ ଦିନରେ ବିଜେଡ଼ି ପୁଣି ପଞ୍ଚାୟତ ଦଖଲ ଏବଂ ବ୍ଳକ୍ ଦଖଲ ଲକ୍ଷ୍ୟ ନେଇ ଏହି ସଭା ଆୟୋଜନ କରାଯାଇଥିଲା I ଗୋବରା ନିକଟସ୍ଥ ବୈକୁଣ୍ଠନାଥ ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ ରାଜେନ୍ଦ୍ର ଗୌଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ ଯୋଗ ଦେଇ ଆଗାମୀ ଦିନରେ ପୂର୍ବ ରାଗ ହିଂସା ଏବଂ ପରସ୍ପର ବିରୋଧ ଛାଡି ସମସ୍ତେ ଏକତ୍ରିତ ହୋଇ ବିଜେଡ଼ିକୁ ପୁଣି ବିଜୟୀ କରିବା ସହ ସବୁ ସମୟରେ ଲୋକଙ୍କ ନିକଟତର ହୋଇ ସହଯୋଗର ହାତ ବଢାଇବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ I ଆଜିର ଏହି କର୍ମୀ ସମ୍ମିଳନୀରେ କ୍ଷତ୍ରିୟବରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କ୍ଷତ୍ରିୟବରପୁର ପଞ୍ଚାୟତ ସଭାପତି କୁଞ୍ଜବିହାରୀ ନାୟକ ପଦୋନ୍ନତି ପାଇ ନୂତନ ଭାବେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ କ୍ଷତ୍ରିୟବରପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ନୂଆଁପଡ଼ା ଗ୍ରାମ ତରଫରୁ ଗଙ୍ଗାଧର ନାୟକ, ବିଞ୍ଚଣା ଗ୍ରାମ ତରଫରୁ ପ୍ରଭାକର ଜେନା, ପର୍ଶୁଲୁଣ୍ଡା ତରଫରୁ ମାଗି ଗୌଡ଼, କ୍ଷତ୍ରିୟବରପୁର ତରଫରୁ କାଳୁ ଚରଣ ବେହେରା, ପାଲକଷଣ୍ଢା ତରଫରୁ ଖଦାଳ ଭୂୟାଁ, ସିଂହମର୍ଦ୍ଦନ ତରଫରୁ ଦେବରାଜ ସ୍ୱାଇଁ, ଆମ୍ବଡୋଳି ତରଫରୁ ଜୁରେଶ୍ଵର ସ୍ୱାଇଁ, ରାଇପଡା ତରଫରୁ ସନ୍ତୋଷ ପାତ୍ର ପ୍ରମୁଖ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ସେହିପରି 47 ନମ୍ବର୍ ବିଜେଡ଼ି ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କୁ ମଧ୍ୟ ପଞ୍ଚାୟତ ତରଫରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା, ବିଜେଡ଼ି ନେତା ପଦ୍ମ ଚରଣ ନାୟକ, ମଣ୍ଟୁ ପାଢୀ, ଟୁଟୁ ସ୍ୱାଇଁ, ସରୋଜ ବିଷୋୟୀ, ସୁକାନ୍ତ ଗୌଡ଼, କୃଷ୍ଣ ଚନ୍ଦ୍ର ନାୟକ ଓ କୂନା ଗୌଡ଼ଙ୍କ ସମେତ ବିଭିନ୍ନ ଗ୍ରାମରୁ ଶତାଧିକ କର୍ମି ଯୋଗ ଦେଇଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO