
ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରେ ବଡ଼ଦାଣ୍ଡ ଗୋଏଙ୍କା ଧର୍ମଶାଳା ଠାରେ ସ୍ବଦେଶୀ ଜାଗରଣ ମଞ୍ଚ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଏଥିରେ ମଞ୍ଚ ର ରାଜ୍ୟ ସଂଘର୍ଷ ବାହିନୀ ପ୍ରମୁଖ ସଚି ନନ୍ଦନ ଦାଶ ଯୋଗ ଦେଇ କାର୍ଯ୍ୟକର୍ତା ମାନଙ୍କୁ ସଂଘଠନ ବୃଦ୍ଧି ପାଇଁ ମାର୍ଗଦର୍ଶନ କରିଥିଲେ |ପୁରୀ ସହର ପାଇଁ ନୂଆ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା |ମନୋଜ କୁମାର ଅଗ୍ରୱାଲ ସଂଯୋଜକ, ସହ ସଂଯୋଜକ ଅଜୟ ଦାସ,ପବିତ୍ରା ସାହୁ,କୋଷାଧ୍ୟକ୍ଷ ଅଶୋକ କୁମାର ଦାଶ,ପ୍ରଚାର ପ୍ରସାର ପ୍ରମୁଖ ଜଗନ୍ନାଥ ଷଡଙ୍ଗୀ,ସଂଘର୍ଷ ବାହିନୀ ପ୍ରମୁଖ ପୂର୍ଣ୍ଣ ଚନ୍ଦ୍ର ଦାସ,ମହିଳା ପ୍ରମୁଖ ସବିତା ବିଶୋଇ ସହ ମହିଳା ପ୍ରମୁଖ କବିତା ପ୍ରଧାନ ସମସ୍ତ ନୂତନ ପଦାଧିକାରୀ ମାନଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା |କାର୍ଯ୍ୟକ୍ରମ ରେ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତା ବିଶ୍ଵନାଥ ପଣ୍ଡା, ଲଷ୍ମୀପ୍ରିୟା ସାହୁ,ଜଗନ୍ନାଥ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ |