
ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ ଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଏବଂ ଭୁବନେଶ୍ୱର ର ନୂଆଗାଁ ରେ ଥିବା ୩ମହଲା ଘରେ ଚଢାଉ କରାଯାଉଛି । ଭିଜିଲାନ୍ସ ର ମିଳିତ ତିନୋଟି ଟିମ ଦ୍ବାରା ସକାଳୁ ଚଢାଇ ଜାରି ରହିଛି। ଛତୁଆ ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଛତୁଆ ଦୁର୍ନୀତି ଏବଂ ତା ସହ ଶିଶୁ ବିକାଶ କାର୍ଯ୍ୟ ରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତିଠୁଳ ଅଭିଯୋଗ ହୋଇଥିଲା।