ବିଭିନ୍ନ ମାମଲାରେ ମଧ୍ୟସ୍ଥି ସାଜି ନିଜେ ପକେଟ ଗରମ କରିବା ସହ ତଥାକଥିତ ତଳିଆ ପୋଲିସ ଅଫିସରଙ୍କୁ ବି ଆପ୍ୟାୟିତ କରୁଛନ୍ତି । ଏହି ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ବର୍ଷ ବର୍ଷ ଧରି ଏକାଧିକ ବେଆଇନ ମଦ ଖଟି ଅବାଧରେ ଚାଲୁଛି । ଥାନାରେ ଏମାନଙ୍କ କାଟତି ମଧ୍ୟ କିଛି କମ୍ ନୁହେଁ । ଏହି ଥାନା ଅଂଚଳରେ ପାଖାପାଖି ୩୦ରୁ ଉର୍ଦ୍ଧ୍ବ ବେଇଆନ ଦେଶୀ ବିଦେଶୀ ମଦ ଦୋକାନକୁ ନେଇ ଛୋଟବଡ ଗଣ୍ଡଗୋଳ ଲାଗି ରହୁଛି । ଏନେଇ ପୋଲିସ ହୁଁ ଚୁଁ କରୁନି । ଏହି କାରଣରୁ ଅନେକ ନିରୀହ ଆରଏସପି କର୍ମଚାରୀ ନିଶା ଖାଇ ବରବାଦ ହେଉଛନ୍ତି । ଦରମା ପାଇବା ବେଳକୁ ମଦ ଖଟି ମାଲିକ ନିଜ ହାତରେ ଟଙ୍କା ଉଠାଇ ନେଉଛି । ବର୍ଷ ବର୍ଷ ଧରି ଏଟିଏମ କାର୍ଡ ମଦ ଖଟି ମାଲିକଙ୍କ ପାଖରେ ବନ୍ଧା ପଡିଛି । ଅନୁରୂପ ଭାବେ ଏହି ଛୋଟିଆ ଅଂଚଳରେ ଅବାଧରେ ଡ୍ରଗ୍ସ କାରବାର ବୃଦ୍ଧି ବୁଦ୍ଧିଜିବୀଙ୍କୁ ଚିନ୍ତାରେ ପକାଇଛି । ସଂଜ ସକାଳେ ଫର୍ଟିଲାଜର ଷ୍ଟାଡିୟମ, ହାଇସ୍କୁଲ ପଡିଆ ଓ ସୋନା ଉଦ୍ୟାନ ଭଳି ଏକାଧିକ ପରିତ୍ୟକ୍ତ ସ୍ଥଳରେ ଡ୍ରଗ୍ସ ଅଭ୍ୟସ୍ତଙ୍କ ଖଟି ଚାଲୁଛି । ପୋଲିସର ନିଷ୍କ୍ରିୟତା ନିଶାଖୋରଙ୍କୁ ସୁହାଉଛି । ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଏମିତି ଅବସ୍ଥାରେ ନିଶା କବଳକୁ ଚାଲିଯାଉଥିବା ଯୁବ ଗୋଷ୍ଠିଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବା ସାର ହୋଇଛି । ପୋଲିସ କେବଳ ଗାଡି କାଗଜପତ୍ର ଯାଂଚରେ ନିଜ କାର୍ଯ୍ୟ ଦକ୍ଷତାକୁ ସୀମିତ ରଖିବା ଯୋଗୁ ସାଧାରଣରେ ସମାଲୋଚନାର ପାତ୍ର ସାଜିଛି । କଂଟା ଓ ସଟ୍ଟା କାରବାର ମଧ୍ୟ ନିର୍ବଘ୍ନରେ ଜାରି ରହିଛି । ପୂର୍ବରୁ ଖ୍ୟାତି ଅର୍ଜନ କରିଥିବା ଏହି ଅଂଚଳକୁ ଅତୀତରେ ଅନେକ ଥାନାଧିକାରୀ ଭଲ ରାସ୍ତାକୁ ଆଣିଥିବା ବେଳେ ଆଜିକାଲି ଏହାର କାରବାର ଯୋର ଧରିଛି । ଖୁବ୍ ସନ୍ତର୍ପଣରେ ବାବୁଙ୍କୁ ସେଟିଂ କରି କାରବାର ଚଳାଇଥିବା ମାଫିଆ ରାଜ୍ ର ଉତଥାନ ନେଇ ଆଲୋଚନା ଶୁଣାଗଲାଣି । ଏସବୁ ଭିତରେ ନିରୀହ ଜନତା କେମିତି ସରକାରଙ୍କ ନୀତି ଆଦର୍ଶକୁ ବିଶ୍ୱାସ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।