
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗାଁସାଥି ସଂଘର ବିଭିନ୍ନ ସମସ୍ୟାକୁ ନେଇ ନୀଳଜୀ ପଞ୍ଚାୟତ ପରିସରରେ ବ୍ଲକ ସଂଘ ସଭାପତି ପବିତ୍ର ମୋହନ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିନାପାଲି ବ୍ଲକ ଗାଁ ସାଥି ସଂଘ ସମ୍ପାଦକ ହେମନ୍ତ କୁମାର ମାଝୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସଭାକର୍ଯ୍ୟ ଆରମ୍ଭ କରିଥିଲେ। ସଂଘ କୋଷାଧ୍ୟକ୍ଷ ମହାଦେବ ତାଣ୍ଡି ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ଗ୍ରାମର ଗାଁ ସାଥୀ ମାନେ ନିଜ ନିଜ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ। ଗାଁ ସାଥୀ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଅଣଦେଖା କରିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଗାଁ ସାଥୀ ସଂଘକୁ ମଜବୁତ କରିବା ଓ ଗାଁ ସାଥୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରଶାସନ ନିକଟରେ ଦାବି ଜଣାଇବା ପାଇଁ ପ୍ରସ୍ତୁତ ରହିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକ ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ଗାଁ ସାଥୀ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO